ସକାଳ @୯ ମୁଖ୍ୟ ଖବର

(୧) ଆଜି ବି ଭିଜିବ ଓଡ଼ିଶା…ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା… ଆସନ୍ତାକାଲି ଯାଏ ଓଡ଼ିଶା ଉପକୂଳ ଅଶାନ୍ତ ରହିବ… ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା… କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

(୨) ଆଜି ଆନ୍ତର୍ଜାତିକ ଦୁଗ୍ଧ ମହାସଂଘ ବିଶ୍ୱ ଦୁଗ୍ଧ ସମ୍ମିଳନୀ – ୨୦୨୨ର ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି… ଗ୍ରେଟର୍‍ ନୋଇଡ଼ାର ‘ଭାରତ ଏକ୍ସପୋ ସେଣ୍ଟ ଆଣ୍ଡ୍‍ ମାର୍ଟ ଠାରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ… ସମ୍ମିଳନୀରେ ଅଂଶଗ୍ରହଣ କରିବେ ୫୦ଟି ଦେଶର ଦୁଗ୍ଧ ଚାଷୀ ଏବଂ ବିଭିନ୍ନ ସଂସ୍ଥା…

(୩) ଆଜିଠୁ କଳାବ୍ୟାଜ୍ ପିନ୍ଧିବେ ଅଧ୍ୟାପକ ଓ ଅଧ୍ୟାପିକା… ୧୫୦ ଦିନରେ ପହଞ୍ଚିଲା ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଧାରଣା… ୨୦୦୮ ମସିହା ପରବର୍ତ୍ତୀ ଅଣଅନୁଦାନପ୍ରାପ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁଦାନ ଦାବିରେ ଦୀର୍ଘ ୫ ମାସ ହେଲା ଖରା ବର୍ଷାରେ ପଡ଼ି ରହିଛନ୍ତି ବେସରକାରୀ ଅଧ୍ୟାପକ ଓ କର୍ମଚାରୀ…

prayash

ଉଦ୍ଧାର ହେଲା ୨ ମୁଣ୍ଡିଆ ସାପ; ଜାଣନ୍ତୁ କିପରି ଜନ୍ମ ନିଅନ୍ତି ଏହି ବିରଳ ସାପ, ଦେଖନ୍ତୁ ଭିଡିଓ..

(୪) ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟଙ୍କ ଆଜି ହେବ ଅନ୍ତିମ ସଂସ୍କାର… ମଧ୍ୟପ୍ରଦେଶର ନରସିଂହପୁରରେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ହେବ ଶେଷକୃତ୍ୟ… ଗତକାଲି ନରସିଂହପୁରସ୍ଥିତ ଶ୍ରୀଧାମର ଝୋଟେଶ୍ୱର ଆଶ୍ରମରେ ସ୍ୱାମୀ ସ୍ୱରୂପାନନ୍ଦଙ୍କ ପରଲୋକ ହୋଇଥିଲା…

(୫) ଆଜିଠୁ ଓଜେଇଇ କାଉନସେଲିଂ ଆରମ୍ଭ… ଆସନ୍ତାକାଲି ଠାରୁ ଇଣ୍ଟିଗ୍ରେଟେଡ ଏମ.ଏସସି ପାଠ୍ୟକ୍ରମରେ ନାମଲେଖା ପାଇଁ ଆରମ୍ଭ ହେବ କାଉନସେଲିଂ… ଓଜେଇଇ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି… ୱେବସାଇଟ www.ojee.nic.inକୁ ଲଗଇନ କରି ପଞ୍ଜୀକରଣ କରିପାରିବେ ବିଦ୍ୟାର୍ଥୀ…

kalyan agarbati

Comments are closed.