ପରାଜୟରୁ ଆରମ୍ଭ, ଚମ୍ପିଆନରେ ଶେଷ

ଦୁବାଇ: ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ନିକଟରୁ ଶୋଚନୀୟ ପରାଜୟ ପରେ କେହି ବି କଳ୍ପନା କରିପାରିନଥିଲେ ଶ୍ରୀଲଙ୍କା ଏସିଆ କପ୍‌ କ୍ରିକେଟ -୨୦୨୨ରେ ଚମ୍ପିଆନ ଆଖ୍ୟା ଅର୍ଜନ କରିବ। ଅନିଶ୍ଚିତତାର ଖେଳ କ୍ରିକେଟରେ ସବୁ ସମ୍ଭବ ବୋଲି ପୁଣି ଥରେ ଶ୍ରୀଲଙ୍କା ପ୍ରମାଣିତ କରି ଦେଖାଇଛି। ଦାସୁନ ସନକାଙ୍କ ନେତୃତ୍ବାଧିକ ଶ୍ରୀଲଙ୍କା ଅପ୍ରତ୍ୟାଶିତ ଭାବେ ପ୍ରତ୍ୟାବର୍ତ୍ତନ କରି ଏସିଆ କପ୍ -୨୦୨୨ ଜିତିବାରେ ସଫଳ ହୋଇଛି। ଶ୍ରୀଲଙ୍କା ଲିଗ୍‌ ପର୍ଯ୍ୟାୟରେ ଆଫଗାନିସ୍ତାନ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ୨ ୱିକେଟରେ ପରାସ୍ତ କରି ସୁପର-୪ରେ ପହଞ୍ଚିଥିଲା। ସୁପର-୪​‌ରେ ଦଳ ଚମକ ଦେଖାଇଥିଲା। ଦଳ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଭାରତକୁ ୬ ୱିକେଟରେ ଓ ୩ୟ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା। ଫାଇନାଲରେ ଦଳ ୨୩ରନରେ ପାକିସ୍ତାନକୁ ପରାସ୍ତ କରି ଚମ୍ପିଆନ ହୋଇଛି। ଏକାଧିକ ଯୁବ ଖେଳାଳିଙ୍କୁ ନେଇ ଗଠିତ ଶ୍ରୀଲଙ୍କା ପକ୍ଷରୁ ଭାନୁକା ରାଜପକ୍ଷେ,କୁଶଳ ମେଣ୍ଡିସ, ପ୍ରଥ୍‌ୁମ ନିଶଙ୍କା, ଧନଞ୍ଜୟ ଡିସିଲଭା, ୱାନିନ୍ଦୁ ହାସରଙ୍ଗା ଡିସିଲ୍‌ଭା, ମହେଶ ତୀକ୍ଷଣ, ଚାମିକା କରୁଣାର​‌େ​‌ତ୍ନ ପ୍ରମୁଖ ଭଲ ପ୍ରଦର୍ଶନ କରିବା ସହିତ ଦଳକୁ ଚମ୍ପିୖଆନ କରାଇଥିଲେ।

kalyan agarbati

Comments are closed.