ବନ୍ୟାରେ ଭାଙ୍ଗିଲା ଘର; ଅସହାୟ ୩ ପରିବାର

ହରଭଙ୍ଗା; ମହାନଦୀ ବନ୍ୟାରେ ଅସହାୟ ହୋଇଛନ୍ତି ଗରିବ ପରିବାର । ଝାଟିମାଟି ଘର ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଫଳରେ ହରଭଙ୍ଗା ଗ୍ରାମର ଟିକିରା ସାହିର ୩ଟି ଗରିବ ପରିବାର ବାସହରା ହୋଇ ପର ପିଣ୍ଡା ଏବଂ ସର୍ମ୍ପକୀୟ ଘରେ ଦୀର୍ଘ ଏକ ମାସ ହେଲା ଆଶ୍ରୟ ନେଇଥିବା ଭଳି ଅଭାବନୀୟ ଚିତ୍ର ସାମନାକୁ ଆସିଛି । ଏତେସବୁ ପରେ ବି ସେମାନଙ୍କୁ ପଲିଥିନ ଖଣ୍ଡିଏ ମିଳିନଥିବା କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

prayash

ମହାନଦୀ ବନ୍ୟାରେ ହରଭଙ୍ଗା ଟିକିରା ସାହିର ୩ଟି ପରିବାରର ବାସିନ୍ଦା ବିମଳା ମୁଦୁଲି, ଲକ୍ଷ୍ମୀ ମଲ୍ଲିକ ଏବଂ ସତ୍ୟଭାମା ନାଏକଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଉଜୁଡିଯାଇଛି । ଉଜୁଡିଲା ଘରକୁ ସଜାଡିବା ପାଇଁ ଗରିବ ପରିବାର ପାଖରେ  ସକ୍ଷମ ନଥିବାରୁ ବିଧବା ଅବସ୍ଥାରେ ରହିଥିବା ବିମଳା ମୁଦୁଲି ସ୍ଥାନୀୟ କ୍ଲବ ଘରେ ପରିବାର ସହ ଆଶ୍ରୟ ନେଉଛନ୍ତି । ସେହିପରି ବିଧବା ସତ୍ୟଭାମା ଏବଂ ଅସହାୟ ଅବସ୍ଥାରେ ପୁଅକୁ ଧରି ରହୁଥିବା ଲକ୍ଷ୍ମୀ ମଧ୍ୟ ନିଜ ସର୍ମ୍ପକୀୟ ଘରେ ଆଶ୍ରୟ ନେଇଥିବା ଜଣାପଡିଛି ।

ଗରିବ ହୋଇଥିବାରୁ ଏହି ତିନୋଟି କ୍ଷତିଗ୍ରସ୍ତ ପରିବାରକୁ ଆଗ୍ରାଧିକାର ଭିତ୍ତିରେ ଆବାସ ଯୋଜନାରେ ସାମିଲ କରାଯାଇ ପକ୍କା ଘର ଖଣ୍ଡିଏ ଲେଖାଏଁ ଯୋଗାଇଦେବାକୁ ସମାଜସେବୀ ବିଶିକେଶନ ପ୍ରଧାନ ଦାବି କରିଛନ୍ତି । ଜିଲ୍ଲାପାଳ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

kalyan agarbati

Comments are closed.