www.samajalive.in
Monday, December 15, 2025
27.1 C
Bhubaneswar

ଆମରି ରାଜ୍ୟର କଥା, ରାସ୍ତା ପାର୍ଶ୍ୱରେ ପରିବା ବିକୁଥିବା ବ୍ୟକ୍ତିଙ୍କ ଝିଅ ହେବେ ଡାକ୍ତର – ଗଜପତି ଜିଲ୍ଲା ପାଇଁ ଗର୍ବ ଓ ଗୌରବ

ମୋହନା – : ଗଜପତି ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ। ମୋହନା ବ୍ଲକ ଅନ୍ତର୍ଗତ ଅଡବା ଗ୍ରାମର ଜଣେ ପରିବା ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ଝିଅ ହେବ ଡାକ୍ତର । ସଦ୍ୟ ପ୍ରକାଶିତ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା(ନିଟ)ରେ ଆର୍ଯ୍ୟଭଟ୍ଟ ଶିକ୍ଷାନୁଷ୍ଠାନର ଛାତ୍ରୀ ତଥା ଅଡବା ବଜାର ମୁଖ୍ୟ ସଡକ ପଥ ପାର୍ଶ୍ଵରେ ପରିବା ବ୍ୟବସାୟ କରୁଥିବା ନରସିଂହ ପଣ୍ଡାଙ୍କର ସାନ ଝିଅ ଇଶ୍ରିତା ପଣ୍ଡା ନିଟ ପରୀକ୍ଷାରେ ୭୨୦ରୁ ୬୨୨ ନମ୍ବର ରଖି ଜିଲ୍ଲା ଓ ବ୍ଲକ ପାଇଁ ଗର୍ବ ଓ ଗୌରବ ହାସଲ କରିଛନ୍ତି। ସେ ମେଡିକାଲ କଲେଜରେ ନାମଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବାପା, ମାଆ, ଗୁରୁଜନ ଓ ଅନୁଷ୍ଠାନର ଶିକ୍ଷକଙ୍କ ନିରବଚ୍ଛିନ୍ନ ଶିକ୍ଷାଦାନ ,ପ୍ରେରଣା, ଆଶିର୍ବାଦ, ସହଯୋଗ ଏବଂ ମୋର ଚେଷ୍ଟା ବଳରେ ସେ ସଫଳ ହୋଇ ପାରିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସୂଚନା ଯୋଗ୍ୟ ଶ୍ରୀ ପଣ୍ଡାଙ୍କର ୨ ଝିଅ ମଧ୍ୟରୁ ବଡଝିଅ ସୁଶ୍ରିତା ପଣ୍ଡା ସ୍ଥାନୀୟ ବ୍ଳକ ଅନ୍ତର୍ଗତ ବିରିକୋଟ ଗ୍ରାମରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ବିପିଏମ) ଭାବେ କାର୍ଯ୍ୟରତ ଅଛନ୍ତି। ପିଲାଟି ଦିନରୁ ଇଶ୍ରିତାଙ୍କ ଇଚ୍ଛା ଥିଲା ବଡ ହେଲେ ଡାକ୍ତର ହୋଇ ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାର୍ଯ୍ୟ କରିବି ଏବଂ ମାଗଣାରେ ରୋଗୀ ସେବା କରିବି। ତାହା ଆଜି ସଫଳ ହୋଇପାରିଛି। ଏଣୁ ସେ ବେଶ ଖୁସି ଥିବା କହିଛନ୍ତି। ପରିବାର ଓ ଅଞ୍ଚଳବାସୀ ମଧ୍ୟ ଝିଅଟିର ଏହି ସଫଳତା ପାଇଁ ଖୁସିଥିବା ମତବ୍ୟକ୍ତ କରିଛନ୍ତି। ଖୁସି,ଗୌରବର ବିଷୟ କି ଇଶ୍ରିତା ପଣ୍ଡା, ପିତା ନରସିଂହ ପଣ୍ଡା, ପରିବା ବ୍ୟବସାୟୀ ,ଅଡବା ,କୃତି ତ୍ବର ସହ NEET ପରୀକ୍ଷା ଉତ୍ତୀର୍ଣ୍ଣ ହୋଇପାରିଛନ୍ତି। ସେ ମୋଟ ୭୨୦ ରୁ ୬୨୨ ନମ୍ବର ରଖିଛନ୍ତି।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories