କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ଯାଜପୁର ଜିଲା ଗସ୍ତ

ଯାଜପୁର, : କେନ୍ଦ୍ର ସରକାରଙ୍କ ମାନ୍ୟବର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ଚରଣ ମୁଣ୍ଡା ଯାଜପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଚ୍ଥନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ମାନ୍ୟବର ମନ୍ତ୍ରୀ ଶ୍ରୀ ମୁଣ୍ଡା ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ସଦର ମହକୁମାରେ ପହଞ୍ଚିଥିଲେ । ଜିଲାପାଳ ସମ୍ମିଳନୀ ଗୃହରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅନ୍ତର୍ଗତ ବିଭିନ୍ନ ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି ଓ  ଲକ୍ଷ୍ୟ ପୂରଣ ଦିଗରେ ନିଆଯାଉଥିବା ପଦକ୍ଷେପମାନ ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ । ବିଶେଷ କରି ଯାଜପୁର ଏକ ନୂତନ ଜିଲା ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ବିକାଶ ଧାରାରେ କି ପ୍ରକାର ପରିବର୍ତ୍ତନ ଅଣିପାରିଚ୍ଥି ତାହା ଆମେ ଉପଲବ୍ଧି କରିବା ଦରକାର । ସେହିପରି  ଜିଲା ଯୋଜନା, ରାଜ୍ୟ ଯୋଜନା ଏବଂ କେନ୍ଦ୍ର ଯୋଜନା ଗୁଡିକର ସପଂଳ ରୂପାୟନ ପାଇଁ ମନ୍ତ୍ରୀ ଶ୍ରୀ ମୁଣ୍ଡା ସନ୍ତୋଷ ବ୍ୟକ୍ତ କରିବା ସହ  ପ୍ରଶାସନକୁ ଆହୁରି ଆଗକୁ ବଢିବା ସହ   ଏହିସବୁ ଯୋଜନା ପାଇଁ ଅଧିକରୁ ଅଧିକ ପାଣ୍ଠି କିପରି ଆସିପାରିବ ସେ ଦିଗରେ ଯନôବାନ ହେବାକୁ ପରାମର୍ଶ ଦେଇଥିଲେ ।

ଜଙ୍ଗଲ ଓ ଆଦିବାସୀ ଉଭୟ ଉଭୟଙ୍କ ପରିପୂରକ । ଏଣୁ ଜଙ୍ଗଲ ସୁରକ୍ଷା ସହିତ ଆଦିବାସୀ ମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ, ସେ ଦିଗ  ପ୍ରଶାସନ ସଠିକ ଢଙ୍ଗରେ କାର୍ଯ୍ୟକରି ଅନ୍ୟମାନ ପାଇଁ ଉଦାହରଣ ସୃଷ୍ଟି କରୁ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଜିଲ୍ଳାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ସମସ୍ତଙ୍କୁ ସ୍ୱାଗତ କରିବା ସହ   କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପ୍ରଣୟନ ଦିଗରେ ନିଆଯାଉଥିବା ପଦକ୍ଷେପ ଉପରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ସହିତ ସଂଶ୍ଳିଷ୍ଟ ବିଭିନ୍ନ ବିଭାଗ ତରପଂରୁ ପ୍ରସ୍ତୁତ କରାଯାଇଥିବା ତଥ୍ୟ ଗୁଡିକୁ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ପିପିଟି ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଏହି ବୈଠକରେ ମୁଖ୍ୟତଃ ଆଦିବାସୀ ବ୍ୟାପାର, ଜଙ୍ଗଲ, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ସ୍ୱଚ୍ଚ୍ଥତା, ମନରେଗା, କୃଷି, ଯୋଗାଣ, ସମାଜ ମଙ୍ଗଳ ଆଦି କେନ୍ଦ୍ରୀୟ ଯୋଜନା ଗୁଡିକ ଉପରେ ଆଲୋଚନା କରାଯାଇଥିଲା ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର, ଅତିରିକ୍ତ ଜିଲ୍ଳ୍ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍ିକ ଓ ବିଭିନ୍ନ ବିଭାଗର ଜିଲ୍ଳ୍ା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.