www.samajalive.in
Monday, December 15, 2025
15.1 C
Bhubaneswar

ନେତାଜୀଙ୍କ ରାସ୍ତାରେ ଚାଲିଥିଲେ ଆଜି ଦେଶର ଚିତ୍ର ଭିନ୍ନ ହୋଇଥାନ୍ତା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍‌ରେ ନିର୍ମିତ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ। ନେତାଜୀ ସୁଭାଷଙ୍କ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ବାଧୀନତା ପରେ ନେତାଜୀଙ୍କ ଯୋଗଦାନକୁ ଭାରତ ଭୁଲିଗଲା। ନେତାଜୀଙ୍କ ରାସ୍ତାରେ ଚାଲିଥିଲେ ଆଜି ଦେଶର ଚିତ୍ର ଭିନ୍ନ ହୋଇଥାନ୍ତା ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।
ଇଣ୍ଡିଆ ଗେଟ୍‌ କର୍ତ୍ତବ୍ୟ ପଥରେ ତିଆରି କରାଯାଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୨୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାବରଣ କରିଛନ୍ତି। ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ପାଖରେ ଗତ ଜାନୁଆରୀ ୨୩ ତାରିଖ ପରାକ୍ରମ ଦିବସ ଅବସରରେ ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀ ସୁଭାଷ ବୋଷଙ୍କ ହୋଲୋଗ୍ରାମର ଅନାବରଣ କରିଥିଲେ ସେଠାରେ ହିଁ ନେତାଜୀ ସୁଭାଷ ବୋଷଙ୍କ ନୂଆ ପ୍ରତିମୂର୍ତ୍ତିକୁ ନିର୍ମାଣ କରାଯାଇଛି।

ଗ୍ରାନାଇଟ୍ ପଥରରେ ନିର୍ମିତ ଏହି ଆକର୍ଷଣୀୟ ପ୍ରତିମୂର୍ତ୍ତି ଉଚ୍ଚତା ୨୮ ଫୁଟ୍, ଲମ୍ବ ୧୦ ଫୁଟ୍ ଓ ଚଉଡ଼ା ୮ ଫୁଟ୍। ମୂର୍ତ୍ତି ନିର୍ମାଣ ପାଇଁ ତେଲେଙ୍ଗାନାରୁ ୨୮୦ ମେଟ୍ରିକ୍ ଟନର ଗୋଟିକିଆ ପଥର ଆସିଛି। ଏହି ପଥର ଆଣିବା ପାଇଁ ୧୦୦ ଫୁଟ୍ ଲମ୍ବ ବିଶିଷ୍ଟ ଗୋଟିଏ ୧୪୦ ଚକିଆ ସ୍ୱତନ୍ତ୍ର ଟ୍ରକ୍ ତିଆରି ହୋଇଥିଲା। ଟ୍ରକଟି ୧୬୬୫ କିଲୋମିଟର ରାସ୍ତା ଅତିକ୍ରମ କରି ପଥର ସହ ଦିଲ୍ଲୀରେ ପହଞ୍ଚିବା ପରେ ନିର୍ମାଣ କାମ ଆରମ୍ଭ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories