www.samajalive.in
Sunday, December 14, 2025
17.1 C
Bhubaneswar

ଦକ୍ଷିଣ ପୂର୍ବ ମଧ୍ୟ ରେଳପଥରେ ଆଧୁନିକୀକରଣ ପାଇଁ ଚଳାଚଳ ଆଂଶିକ ବ୍ୟାହତ

ସମ୍ବଲପୁର: ଭାରତୀୟ ରେଳବାଇ ଅର୍ନ୍ତଗତ ଦକ୍ଷିଣ ପୁର୍ବ ମଧ୍ୟ ରେଳପଥରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକିକରଣ ପାଇଁ ରେଳ ଚଳାଚଳ ଆଂଶିକ ବ୍ୟାହତ ହୋଇଛି। ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ ରେଳ ସଂଖ୍ୟା ୨୨୯୭୩/୨୨୯୭୪ ଗାନ୍ଧୀଧାମ – ପୁରୀ – ଗାନ୍ଧୀଧାମ ଏକ୍ସପ୍ରେସ ଗାନ୍ଧୀଧାମରୁ ୭ ସେପ୍ଟେମ୍ବର ଏବଂ ପୁରୀରୁ ୧୦ ସେପ୍ଟେମ୍ବର, ବିଶାଖାପଟନମ – କୋରବା – ବିଶାଖାପଟନମ ଏକ୍ସପ୍ରେସ ବିଶାଖାପଟନମରୁ ୧୧ ତାରିଖ ଓ କୋରବାରୁ ୧୨ ତାରିଖ ଚଳାଚଳ ବାତିଲ ରହିବ। ରାୟପୁର – ଜୁନାଗଡ଼ ରୋଡ – ରାୟପୁର ପାସେଞ୍ଜର ଟ୍ରେନ ରାୟପୁରରୁ ୬ ରୁ ୧୬ ତାରିଖ ଓ ଜୁନାଗଡ଼ ରୋଡରୁ ୭ ରୁ ୧୭ ତାରିଖ, ବିଶାଖାପଟନମ – ଦୁର୍ଗ – ବିଶାଖାପଟନମ ଏକ୍ସପ୍ରେସ ବିଶାଖାପଟନମ ରୁ ୬ ରୁ ୧୨ ତାରିଖ ଓ ଦୁର୍ଗ ରୁ ୭ ତାରିଖରୁ ୧୩ ତାରିଖ ଏବଂ ଟିଟିଲାଗଡ଼ – ରାୟପୁର – ଟିଟିଲାଗଡ଼ ପାସେଞ୍ଜର ଟିଟିଲାଗଡ଼ରୁ ୬ ରୁ ୧୨ ତାରିଖ ଓ ରାୟପୁରରୁ ୭ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।

ସେହିଭଳି ପୁରୀ – ଦୁର୍ଗ – ପୁରୀ ଏକ୍ସପ୍ରେସ ପୁରୀରୁ ୬ ରୁ ୧୫ ଓ ଦୁର୍ଗରୁ ୭ ରୁ ୧୬ ତାରିଖ ପର୍ଯ୍ୟନ୍ତ ପୁରୀ ରୁ ମହାସମୁନ୍ଦ ମଧ୍ୟରେ ଚଳାଚଳ କରିବ ଏବଂ ମହାସମୁନ୍ଦ ରୁ ରାୟପୁର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ। ବିଶାଖାପଟନମ – ରାୟପୁର – ବିଶାଖାପଟନମ ପାସେଞ୍ଜର ବିଶାଖାପଟନମ ରୁ ୬ ରୁ ୧୨ ତାରିଖ ଓ ରାୟପୁର ରୁ ୭ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ବିଶାଖାପଟନମ ରୁ ମହାସମୁନ୍ଦ ମଧ୍ୟରେ ଚଳାଚଳ କରିବ ଏବଂ ଏହି ଟ୍ରେନ ଉଭୟ ଦିଗରୁ ମହାସମୁନ୍ଦ ରୁ ରାୟପୁର ମଧ୍ୟରେ ଚଳାଚଳ ବାତିଲ ରହିବ।

- Advertisement -

ସେହିପରି ତିରପତି – ବିଲାସପୁର – ତିରୁପତି ଏକ୍ସପ୍ରେସ, ପୁରୀ – ଅହମଦାବାଦ – ପୁରୀ ଏକ୍ସପ୍ରେସ, ପୁରୀ – ସୁରଟ ଏକ୍ସପ୍ରେସ ଆସନ୍ତା ୭ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ। ବିଶାଖାପଟନମ – କୋରବା ଏକ୍ସପ୍ରେସ, ବିଶାଖାପଟନମ – ନିଜାମୁଦ୍ଦିନ – ବିଶାଖାପଟନମ ସମତା ଏକ୍ସପ୍ରେସ, ପୁରୀ – ସିରିଡି ସାଇନଗର ଏକ୍ସପ୍ରେସ, ତିରୁପତି – ବିଲାସପୁର ଏକ୍ସପ୍ରେସ, ପୁରୀ – ଲୋକମାନ୍ୟ ତିଲକ ଏକ୍ସପ୍ରେସ, ପୁରୀ – ଆଜମେର ଏକ୍ସପ୍ରେସ, ବିଶାଖାପଟନମ – ଭଗତ କି କୋଠି ଏକ୍ସପ୍ରେସ, ପୁରୀ – ଗାନ୍ଧୀଧାମ ଏକ୍ସପ୍ରେସ ରେଳ ଗୁଡିକର ସମୟ ସାରଣୀରେ ୬ ରୁ ୧୫ ତାରିଖ ମଧ୍ୟରେ ଆଂଶିକ ପରିବର୍ତ୍ତନ କରାଯାଇଛି। ମହାସମୁନ୍ଦ ଓ ରାୟପୁର ମଧ୍ୟରେ ଅସ୍ଥାୟୀ ରୂପେ ୨ ଯୋଡା ଏକ୍ସପ୍ରେସ ରେଳ ୬ ରୁ ୧୩ ତାରିଖ ମଧ୍ୟରେ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories