www.samajalive.in
Monday, December 15, 2025
15.1 C
Bhubaneswar

ମିଳିନି ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର : ରାଜ୍ୟରେ ଗତମାସରେ ଦେଖାଦେଇଥିବା ପ୍ରଳୟଙ୍କରୀ ବନ୍ୟାକୁ ଇତିମଧ୍ୟରେ ୧୭ ଦିନ ପୂରିଲାଣି। ୧୫ ଦିନ ଭିତରେ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସରକାର ସେତେବେଳେ କହିଥିଲେ। ମାତ୍ର ଏପର୍ଯ୍ୟନ୍ତ ସ୍ବତନ୍ତ୍ର ରିଲିଫ କାର୍ଯ୍ୟାଳୟ (ଏସଆରସି) କିମ୍ବା କୃଷି ବିଭାଗ ପକ୍ଷରୁ ଚୂଡାନ୍ତ ରିପୋର୍ଟ ସଂଗ୍ରହ ହୋଇପାରିନାହିଁ। ବନ୍ୟା ପ୍ରପୀଡ଼ିତ ଚାଷୀଙ୍କୁ କିଭଳି ତ୍ବରିତ ସହାୟତା ଯୋଗାଇ ଦିଆଯିବ ସେ ନେଇ ଆଜି ଅପରାହ୍ଣରେ ଉତ୍ପାଦନ ଆୟୁକ୍ତ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଣେ ପୁଣି ଏକ ଲଘୁଚାପ ଆସନ୍ତା ୭ ତାରିଖ ସୁଦ୍ଧା ବିଶେଷକରି ୧୯ଟି ଜିଲାରେ ପ୍ରବଳରୁ ପ୍ରବଳ ବର୍ଷା ଢାଳିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଚାଷୀଙ୍କ ଚିନ୍ତା ବଢାଇଛି।
ସୋମବାର ଉତ୍ପାଦନ ଅାୟୁକ୍ତଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକର ତଥ୍ୟ ଅନୁଯାୟୀ ଗତ ବନ୍ୟାରେ ରାଜ୍ୟର ପ୍ରାୟ ୨୪ଟି ଜିଲାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି। ଆଜି ଅପରାହ୍ଣ ସୁଦ୍ଧା ୨୨ଟି ଜିଲାର ଜିଲାପାଳ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିଛନ୍ତି। ହେଲେ କେନ୍ଦୁଝର ଓ ସମ୍ବଲପୁର ଜିଲାପାଳଙ୍କ ପକ୍ଷରୁ ଚୂଡାନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ସରକାରଙ୍କୁ ମିଳିପାରି ନାହିଁ। ଏହି ଦୁଇ ଜିଲାରେ ୩୩ ପ୍ରତିଶତ ଫସଲ କ୍ଷୟକ୍ଷତି ହୋଇଛି ବୋଲି ପ୍ରାଥମିକ ଆକଳନରୁ ଜଣାଯାଇଛି। ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବନ୍ୟାରେ ପ୍ରାୟ ୧୬ଟି ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଦ୍ବିତୀୟ ବନ୍ୟାରେ ୮ଟି ଜିଲାରେ କ୍ଷୟକ୍ଷତି ହୋଇଥିଲା। ୧୦ଟି ଜିଲାରେ ଚାଷୀଙ୍କର ଅଧିକ କ୍ଷୟକ୍ଷତି ହୋଇଥିଲା। ସେଥିମଧ୍ୟରେ ଉପକୂଳବର୍ତ୍ତୀ ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ପୁରୀ ପ୍ରଭୃତି ରହିଛି। ଏହାବାଦ୍ ଦ୍ବିତୀୟ ପର୍ଯ୍ୟାୟ ବନ୍ୟାରେ ବାଲେଶ୍ବର ଓ ମୟୂରଭଞ୍ଜ ଜିଲା ରହିଛି।
ବନ୍ୟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ବନ୍ୟାପାଣି ଛାଡିଥିବା ଅଞ୍ଚଳର ରିପୋର୍ଟ ଅଗଷ୍ଟ ୨୭ ତାରିଖ ସୁଦ୍ଧା ଏବଂ ସମ୍ପୂର୍ଣ୍ଣ ତଥ୍ୟ ୩୦ ତାରିଖ ସୁଦ୍ଧା ଦେବା ଲାଗି କହିଥିଲେ। ଇତିମଧ୍ୟରେ ଆକଳନ ଆରମ୍ଭର ୧୩ ଦିନି ବିତି ଯାଇଥିଲେ ହେଁ କୃଷି ବିଭାଗ ପାଖରେ ପୂର୍ଣ୍ଣାଙ୍ଗ ତଥ୍ୟ ପହଞ୍ଚି ନ ଥିବାବେଳେ ଏସଆରସିଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ। ଅନ୍ୟପକ୍ଷରେ ପ୍ରପୀଡ଼ିତ ଚାଷୀ ଏବେ ବି ଦୁଃଖକଷ୍ଟରେ କାଳାତିପାତ କରୁଥିବା ଅଭିଯୋଗ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories