www.samajalive.in
Sunday, December 14, 2025
16.1 C
Bhubaneswar

ଗୁନାଙ୍ଗବେଡାରେ ୨ ଜଣଙ୍କର ଖାଦ୍ୟ ବିଷକ୍ରିୟାରେ ମୃତ୍ୟୁ ହୋଇଥିବା ସୂଚନା ଦେଲେ ଡାକ୍ତରୀ ଦଳ

ନର୍ଲା – :ନର୍ଲା ବ୍ଲକର ବାଲିସିଙ୍ଗା ପଞ୍ଚାୟତର ସୀମାନ୍ତ ଗାଁ ତଥା ମଦନପୁର ରାମପୁର ବ୍ଲକ ବାରବନ୍ଧା ପଞ୍ଚାୟତର ଗୁନାଙ୍ଗବେଡା ଗାଁର ଗୌନ୍ତିଆ ପଡାରେ ଗତ ୩ ଓ ୪ ତାରିଖରେ ଦୁଇଜଣଙ୍କର ଝାଡା,ବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟମା । ଦୁଇଜଣଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ହୋଇଥିବା ବେଳେ ସେମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି । ମହିଳା ଜଣକ ତିଳୋତ୍ତମା ନାଏକ (୪୦) ହୋଇଥିବା ବେଳେ ପୁରୁଷ ଜଣକ ହେଉଛନ୍ତି ଭଗବାନ ନାଏକ (୪୭) । ଏହି ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ୩ ତାରିଖରେ ତିଳୋତ୍ତମା ଓ ୪ ତାରିଖରେ ଭଗବାନକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଘଟଣା କ୍ରମରେ ଗତ ୧ ତାରିଖ ଦିନ ନୁଆଁଖାଇ ପର୍ଵରେ ଗୁଡାଙ୍ଗବେଡାର ଏହି ୬୦ ସଦସ୍ୟ ବିଶିଷ୍ଟ ନାଏକ ପରିବାର ଗୋଟିଏ ରନ୍ଧାରେ ନୁଆଁ ଖାଇଥିଲେ ।

ପରେ ବାସି ପର୍ବ ମଧ୍ୟ ଗୋଟିଏ ସ୍ଥାନରେ ମିଳିତ କରିଥିଲେ । ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ସମସ୍ତେ ମିଳିମିଶି ଖାଇବା ପରେ ୩ତାରିଖ ବଡିଭୋରରୁ ଆରମ୍ଭ ହୋଇଇଥିଲା ଝାଡାବାନ୍ତି । ତେବେ କେବଳ ଏହି ପରିବାର ଆକ୍ରାନ୍ତ ହେଉଥିବା ବେଳେ ଗାଁର ଅନ୍ୟ କେହି ଆକ୍ରାନ୍ତ ହୋଇନାହାନ୍ତି । ଯାହାକୁ ନେଇ ଡାକ୍ତରୀଦଳ ଏହା ଖାଦ୍ୟ ବିଷ ପ୍ରକ୍ରିୟା ଜନିତ ହୋଇପାରେ ହେଲେ ଏହା ଡାଇରିଆ ନୁହେଁ ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ଅନ୍ୟ ୫ ଜଣ ନିର୍ମଳ ନାଏକ,ଅଙ୍କିତା ନାଏକ,ରୀତା ନାଏକ,କିରଣ ନାଏକ ଓ କେଶରୀ ନାଏକ ବିଷମ କଟକ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । କିଛି ଲୋକ ଭଲ ହୋଇ ଘରକୁ ଫେରିଛନ୍ତି । ତେବେ ନୁଆଁଖାଇ ଦିନ ଛତୁ,ବାସି ଦିନ ମାଛ ଓ ଉପର ଓଳାକୁ ମାଂସ ତରକାରୀ ପ୍ରସ୍ତୁତ କରାଯାଇ ନାଏକ ପରିବାର ସାମୂହିକ ଭୋଜନ କରିଥିଲେ ଓ ପରେ ଅସୁସ୍ଥତା ଦେଖା ଦେଇଥିଲା । ଏବେ ପରିସ୍ଥିତି ନିୟନ୍ତ୍ରାଣାଧୀନ ରହିଛି ବୋଲି ବାରବନ୍ଧା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସିମାଞ୍ଚଳ ପାଣି ପ୍ରକାଶ କରିଛନ୍ତି । ସଂପୃକ୍ତ ଗାଁରେ ନିଜ ସହଯୋଗୀଙ୍କ ସହ କ୍ୟାମ୍ପ କରି ରହିଥିବା ବେଳେ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି ବୋଲି ପ୍ରକାଶ କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories