www.samajalive.in
Saturday, December 6, 2025
14.1 C
Bhubaneswar

ମହୁଫେଣାରୁ ମହୁ କାଢିବା ସମୟରେ ମହୁମାଛି ଆକ୍ରମଣରେ ଜଣେ ମୃତ

ଫୁଲବାଣୀ – ମହୁମାଛି ଆକ୍ରମଣରେ ଜଣେ ମୃତ। କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୁତ୍ୟୁ ଘଟିଛି। ଚାଞ୍ଚେଡି ପଞ୍ଚାୟତ କେଲେମା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନାନୁଯାୟୀ, କେଲେମା ଗ୍ରାମର ଗୁଡ଼ି ନାୟକ ମହୁ ବାହାର କରିବା ପାଇଁ ଏକ ଗଛରେ ଚଢ଼ିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ସେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଗୁଡ଼ିଙ୍କ ମୃତଦେହ ଗଛ ଉପରେ ଝୁଲି ରହିଥିଲା। ସକାଳୁ କିଛି ଗ୍ରାମବାସୀ ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସାରଙ୍ଗଡ଼ ଥାନା ଅଧିକାରୀ ବଧୁଲିକା ବିଶ୍ଵାଳ ପହଞ୍ଚି ଦମକଳ ବାହିନୀ ଏବଂ ବନବିଭାଗ ସହାୟତାରେ ମୃତଦେହ ଉଦ୍ଧାର କରିଛନ୍ତି। ସାରଙ୍ଗଡ଼ ଥାନାରେ ୬।୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି କ୍ଷଏହାକୁ ନେଇ ଅଚଂଳରେ ଶୋକ ଖେଳି ଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories