ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲାରେ ‘ଅହିଂସା ରଥ’ ପରିକ୍ରମା, ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ରାଜ୍ୟବାସୀଙ୍କୁ ଗାନ୍ଧିଜୀଙ୍କ ଅହିଂସା ନୀତିରେ ଉଦବୁଦ୍ଧ କରିବା ଓ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମରେ ଉତ୍ସର୍ଗୀକୃତ ଅବଦାନ ରଖିଥିବା ମହାମନୀଷୀମାନଙ୍କ ବିଷୟରେ ସୂଚନା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅହିଂସା ରଥ ରାଜ୍ୟବ୍ୟାପୀ ପରିକ୍ରମା କରୁଛି। ବିଗତ ୨୦ ଦିନ ମଧ୍ୟରେ ଗାନ୍ଧିଜୀଙ୍କ ବିଚାର ତଥା ସତ୍ୟ ଏବଂ ମାନବବାଦର ବାର୍ତ୍ତା ପ୍ରଚାର କରି ଅହିଂସା ରଥ ଓଡ଼ିଶାର ପ୍ରତି ଜିଲାର କୋଣ ଅନୁକୋଣରେ ପରିକ୍ରମା କରିଛି। ଇତି ମଧ୍ୟରେ ଅହିଂସା ରଥ ୧୬ଟି ଜିଲ୍ଲା ପରିକ୍ରମା କରିଛି ଏବଂ ପ୍ରତି ଅଞ୍ଚଳରେ ଜନସାଧାରଣଙ୍କ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପାଇଛି। ଏହି ଅହିଂସା ରଥଗୁଡ଼ିକ ଅକେଫାବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ପରିକ୍ରମା କରିବ।
ଏହି କ୍ରମରେ ଆଜି ଅହିଂସା ରଥ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକଠାରେ ପହଞ୍ଚିଛି। ବିଶ୍ରା ବ୍ଲକ ଅନ୍ତର୍ଗତ ଉଡୁସୁ ଗ୍ରାମ ପଞ୍ଚାୟତଠାରେ ରଥକୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ସେଠାରେ ସାରୁବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ୱାଗତ ସମୟରେ ବ୍ଲକ ଅଧ୍ୟକ୍ଷା ଫୁଲମଣି କେର୍କେଟା, ଉଡୁସୁ ସରପଞ୍ଚ ଦୁଲାରୀ ଖାଖା ଏବଂ ବିଶ୍ରା ବିଡ଼ିଓ ଜନ୍ମେଜୟ ବେହେରା ଉପସ୍ଥିତ ଥିଲେ। ସେହିପରି ବ୍ଲକ କାର୍ଯ୍ୟାଳୟ ପରିସରରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ରଥକୁ ସ୍ୱାଗତ ଜଣାଇଥିଲେ। ଏହା ସହ ବିଭିନ୍ନ ବିଦ୍ୟାଳୟର ପିଲାମାନେ ନୃତ୍ୟ ପରିବେଷଣ କରି ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଫୁଲମଣି କେର୍କେଟା, ଉପାଧ୍ୟକ୍ଷା ତରନୁମ ସ³ା, ବିଶ୍ରା ବ୍ଲକ ସରପଞ୍ଚ ସୁରଜ ନାଇକ ଏବଂ ବିଡ଼ିଓ ଜନ୍ମେଜୟ ବେହେରା ଉପସ୍ଥିତ ଥିଲେ।

prayash

ରାଉରକେଲା ମହାନଗର ନିଗମ ତରଫରୁ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଦିଆଯାଇଛି। ରାଉରକେଲା ଅଂଚଳର ସରକାରୀ ମହାବିଦ୍ୟାଳୟ, ମହାନଗର ନିଗମ କାଯ୍ୟାଳୟ ସମ୍ମୁଖ, ଭିଏସଏସ ମାର୍କେଟ, କୋଇଲ ନଗରରେ ପଥପ୍ରାନ୍ତ ନାଟକ ଜରିଆରେ ବାପୁଙ୍କ ଅହିଂସା ବାର୍ତ୍ତା ପ୍ରଦର୍ଶନ କରାଯାଇଥିଲା। ପ୍ରଥମେ ରଥକୁ ରାଉରକେଲା ମହାବିଦ୍ୟାଳୟରେ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବଂଶୀଧର ଦ୍ୱିବେଦୀଙ୍କ ପତ୍ନ୍‌ୀ ଦମୟନ୍ତୀ ଦ୍ୱିବେଦୀଙ୍କୁ ସମ୍ମାନିତ କରାଯାଇଥିଲା। ଆଜି ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମଗୁଡ଼ିକରେ ଡେପୁଟୀ କମିଶନର ସୁଧାଂଶୁ ଭୋଇ, ଡ. ଗୌରବମୟ ପ୍ରଧାନ, ରୋନିତ କୁମାର ଓ ସୀତାଦେବୀ ମାଝୀ, ପାନପୋଷ ତହସିଲଦାର ଚନ୍ଦ୍ରକାନ୍ତ ମଲିକ, ଆସିଷ୍ଟାଣ୍ଟ କମିଶନର ସୁକାନ୍ତ ବେଉରା, ନରେନ୍ଦ୍ର କୁମାର ପ୍ରଧାନ, ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ଶାହଙ୍କ ସମେତ ମହାନଗର ନିଗମର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
କୋଇଡାରେ ଟେନସା ଗ୍ରାମ ପଂଚାୟତ ଓ ପଂଚାୟତ ସମିତି କାଯ୍ୟଳୟରେ ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ସରପଂଚ, ବ୍ଲକ୍‌ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।
ଆଜି ସକାଳେ ନର୍ଲାବ୍ଲକ ଶେରଗଡ଼ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ନର୍ଲା ବିଡିଓ, ସରପଞ୍ଚ ରାହୁଲ କୁମାର ସାହୁ, ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ସଂଜୀବ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ହରି ଶଙ୍କର ମାଝୀ, ନମ୍ରତା ସାହୁ, ଲୀଲି ଦୀପ ପ୍ରମୁଖ ରଥକୁ ସ୍ୱାଗତ କରିଥିଲେ। ତୁଲାପଡ଼ାଠାରେ ସରପଞ୍ଚ ମାଲିହର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଲିଲି ଦୀପ, ହରିଶଙ୍କର ମାଝୀ, ବାଗପୁରଠାରେ ସରପଞ୍ଚ ଗୋପାଳ ହାତୀ, ପଞ୍ଚାୟତ ସମିତି ସଭ୍ୟ କୁନି ମହାନନ୍ଦ ଏବଂ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ। ସେହିପରି ନର୍ଲାଠାରେ ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ସରପଞ୍ଚ ତନୁଜା ହରିପାଲ, ଅସୁରଗଡ଼ଠାରେ ସରପଞ୍ଚ ପଦ୍ମଲୋଚନ ଜାଲ, ପଞ୍ଚାୟତ ସମିତି ସଭ୍ୟ ଶ୍ରୀମତୀ ଚାନ୍ଦ, ରୁପ୍ରାରୋଡଠାରେ ସରପଞ୍ଚ ହେମନ୍ତ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ହରି ଶଙ୍କର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ଛତିଗୁଡା ଛକଠାରେ ଶାନ୍ତପୁର ହାଇସ୍କୁଲର ଛାତ୍ର ଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ସ୍ୱାଗତ କରିଥିଲେ। ଦେପୁର୍‌ ପଞ୍ଚାୟତରେ ସରପଞ୍ଚ ଉର୍ମିଳା ଜାନି, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ  ପ୍ରଫୁଲ୍ଲ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ନାଏକ, ଲକ୍ଷ୍ମୀ ସାହୁ ଉପସ୍ଥିତ ଥିଲେ। ମଞ୍ଚରେ ଦଳୀୟ ନୃତ୍ୟ,କୀର୍ତ୍ତନ ତଥା ଭିଡିଓ ପ୍ରଦର୍ଶନ ହୋଇଥିଲା। ଏହାପରେ ସ୍ଥାନୀୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟଠାରେ ଏକ ମନୋରମ ପରିବେଶରେ ରଥ କୁ ସ୍ୱାଗତ କରି ବିଶ୍ୱବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ସଭାରେ ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀ, ଡ ଜୟଦେବ ସାହୁ, ପ୍ରଧ୍ୟାପକ, ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ଗତକାଲି କଲମପୂରଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭିଡ଼ିଓ ପ୍ରଦର୍ଶନ ପରେ ଅହିଂସା ରଥ ଆଜି ବିଜମରା ଅଭିମୁଖେ ଯାତ୍ରା କରିଥିଲା। ବାନେରଠାରେ ସରପଞ୍ଚ ଗୌତମ ବାଗ, ପଞ୍ଚାୟତ ସମିତି ସଭ୍ୟ ଅନନ୍ତ କୁମାର ପଟ୍ଟନାୟକ, ବନ୍ଧକନାଠାରେ ସରପଞ୍ଚ ହିମାଦ୍ରି ବାଗ, ପଞ୍ଚାୟତ ସମିତି ସଭ୍ୟ ମୋତି ବିହାରୀ, ଚିନ୍ତାମଣି ବେହେରା, ଜିଲା ପରିଷଦ ସଭ୍ୟ ନେବ୍ୟଦିତ୍ୟ ହଂସ ସହ ଗ୍ରାମବାସୀ ଉପସ୍ଥିତ ରହିରଥକୁ ସ୍ୱାଗତ କରିଥିଲେ। ଜୟପାଟଣାସ୍ଥିତ ଉମାଶଙ୍କର ହାଇସ୍କୁଲଠାରେ ଏକ ସଭାର ଆୟୋଜନ କରାଯାଇ ବିଡିଓ,ଜିଲ୍ଲା ପରିଷଦ ସଭ୍ୟ ମଧୁମିତା ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଠାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

kalyan agarbati

Comments are closed.