www.samajalive.in
Saturday, December 13, 2025
26.1 C
Bhubaneswar

ହାଇକୋର୍ଟ ବିଚାରପତିଙ୍କୁ ବଲାଙ୍ଗିର ଓକିଲ ସଂଘର ସମ୍ବର୍ଦ୍ଧନା

ବଲାଙ୍ଗିର :କିଛି ମାସ ତଳେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଗୌରୀଶଙ୍କର ଶତପଥୀ ପଦୋନ୍ନତି ପାଇଛନ୍ତି । ବଲାଙ୍ଗିର ମାଟିର ସନ୍ତାନ ତଥା ବଲାଙ୍ଗିର ସିିଭିଲ କୋର୍ଟରୁ ନିଜର ଓକିଲାତି ଜୀବନ ଆରମ୍ଭ କରି ଶ୍ରୀ ଶତପଥୀ ଜିଲା ଦୌରାଜଜ୍‌ରୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭଳି ମର୍ଯ୍ୟାଦାଜନକ ପଦବିରେ ପହଞ୍ଚି ପାରିଥିବାରୁ ବଲାଙ୍ଗିର ଓକିଲ ସଂଘ ପକ୍ଷରୁ ଶ୍ରୀ ଶତପଥୀଙ୍କୁ ଶନିବାର ସ୍ଥାନୀୟ ବାର୍‌ ହଲ୍‌ରେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ ବିଚାରପତି ଶ୍ରୀ ଶତପଥୀ ବଲାଙ୍ଗିରରେ ନିଜର ଓକିଲାତି ଜୀବନର ସ୍ମୃତି ମନେ ପକାଇଥିଲେ । ସଂଘର ସଭାପତି ଅମରେଶ ତ୍ରିପାଠୀଙ୍କ ଅବାହକତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବଲାଙ୍ଗିର ଜିଲା ଦୌରାଜଜ୍‌ ଲାଲାଟେନ୍ଦୁ ଜେନା ମଞ୍ଚାସୀନ ଥିଲେ । ବଲାଙ୍ଗିର ସିଭିଲ୍‌ କୋର୍ଟର ସମସ୍ତ ବିଚାରପତି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ପ୍ରହଲ୍ଲାଦ ଅଗ୍ରୱାଲ, ବୈଷ୍ଣବ ମିଶ୍ର, ପ୍ରମୋଦ ତ୍ରିପାଠୀ, ଅମରେନ୍ଦ୍ର ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଭବନା ଶଙ୍କର ଶତପଥୀ ମାନପତ୍ର ପାଠ କରିଥିବା ବେଳେ ସଂଘର ସଂପାଦକ ଅଧିକାରୀ ଦନ୍ତା ଧନ୍ୟବାଦ ଦେଇଥିଲେ । ଜିଲା ଓକିଲ ସଂଘର କର୍ମକର୍ତ୍ତା ଓ ସଭ୍ୟମାନେ ଉପସ୍ଥିତ ଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories