www.samajalive.in
Monday, December 8, 2025
20.1 C
Bhubaneswar

୮ ବର୍ଷ ପରେ ନିଖୋଜ ପୁଅ ଘରକୁ ଫେରିଲା

ବଲାଙ୍ଗିର :ଦୀର୍ଘ ୮ ବର୍ଷ ଧରି ପୁଅର ଖୋଜ ଖବର ମିଳୁ ନଥିଲା । ବାପା-ମା’ ନୟାନ୍ତ ହୋଇ ପୁଅକୁ ଫେରି ପାଇବାର ଆଶା ଛାଡି ଦେଇଥିଲେ । କିନ୍ତୁ ଅଚାନକ ପୁଅ ଘରେ ପହଞ୍ଚିଲା । ହଠାତ ପୁଅକୁ ଦେଖି ପରିବାର ଲୋକେ ସ୍ତମ୍ଭୀଭୁତ ହୋଇଗଲେ । ବାପା-ମା’ ପୁଅକୁ ଦେଖି ଖୁସିରେ ବିଭୋର । ଏଭଳି ଏକ ଖବର ଅସିଛି ଲାଠୋର ଥାନା ଟଙ୍କପାଣି ଗାଁରୁ ।

ଟଙ୍କପାଣି ଗାଁର ସୁନ୍ଦର ହିଆଲଙ୍କ ସାନ ପୁଅ ଜିତେନ୍ଦ୍ର । ୨୦୧୪ ଅଗଷ୍ଟ ମାସରେ ଜିତେନ୍ଦ୍ର ଟଙ୍କପାଣିରୁ ଲାଠୋର ବଜାରକୁ ଯାଇଥିଲେ । ତା’ପରେ ସେ ଫେରି ନଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ । ନିଖୋଜ ଜିତେନ୍ଦ୍ରଙ୍କର କୌଣସି ଖୋଜଖବର ପାଇ ପାରି ନଥିଲେ । ତେବେ ସୁନୀଲ ଦାସ ନାମକ ଜଣେ ସମାଜସେବୀ ଜିତେନ୍ଦ୍ରଙ୍କୁ ଠାବ କରିଥିଲେ । ତାଙ୍କୁ ପଚରା ଉଚୁରା କରି ଘର ଠିକଣା ପାଇଥିଲେ । ଜିତେନ୍ଦ୍ରଙ୍କୁ ଗାଡିରେ ଆଣି ପରିବାର ପାଖରେ ପହଞ୍ଚାଇଥିଲେ । ତଥ୍ୟ ଅନୁସାରେ, ପୂର୍ବରୁ ଜିତେନ୍ଦ୍ରଙ୍କୁ ମହାରାଷ୍ଟ୍ରର ଅହମଦନଗର ସହରର ବସଷ୍ଟାଣ୍ଡରୁ ଉଦ୍ଧାର କରାଯାଇଥିଲା । ସେ ମାନସିକ ରୋଗରେ ପୀଡ଼ିତ ଥିଲେ । ଏକ ଘରୋଇ ସ୍ୱେଚ୍ଛାସେବୀ ସଂସ୍ଥା ସହାୟତାରେ ଜିତେନ୍ଦ୍ରଙ୍କୁ ରଖାଯାଇ ଚିକିତ୍ସା କରାଯାଇଥିଲା । ସେ ସୁସ୍ଥ ହେବା ପରେ ତାଙ୍କୁ ଗାଁରେ ସମାଜସେବୀ ଶ୍ରୀ ଦାସ ଛାଡିଛନ୍ତି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories