www.samajalive.in
Sunday, December 7, 2025
23.1 C
Bhubaneswar

ଡିଜିସିଏର ନୂଆ ନିୟମ: ଏଣିକି ଏହି ଲୋକମାନେ କରିପାରିବେନି ବିମାନ ଯାତ୍ରା

ଡେସ୍କ: ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ବିମାନ ଯାତ୍ରା ସମ୍ବନ୍ଧରେ ଡିଜିସିଏ ଏକ ନୂତନ ନିର୍ଦ୍ଦେଶ ଜାରି କରିଛି। ଏହି ନିର୍ଦେଶ ଅନୁଯାୟୀ କିଛି ନିର୍ଦିଷ୍ଟ ଲୋକ ଏଣିକି ବିମାନ ଯୋଗେ ଯାତ୍ରା କରିପାରିବେ ନାହିଁ।

ଡିଜିସିଏ ପକ୍ଷରୁ ବିମାନ ଯାତ୍ରା ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ନୂତନ ଆଦେଶ ଅନୁଯାୟୀ, କୌଣସି ଦିବ୍ୟାଙ୍ଗ ବ୍ୟକ୍ତି ବିମାନ ଯୋଗେ ଯାତ୍ରା କରିବାକୁ ସକ୍ଷମ କି ନାହିଁ, ଏହା ବିମାନ କମ୍ପାନୀଗୁଡିକ ସ୍ଥିର କରିବେ ନାହିଁ, ବରଂ ଡାକ୍ତର ଏହା ସ୍ଥିର କରି​‌ବେ।

- Advertisement -

ଏହି ଯାତ୍ରୀମାନେ କରିପାରିବେ ନାହିଁ ବିମାନ ଯାତ୍ରା:

ନୂଆ ନିୟମରେ ଡିଜିସିଏ ପକ୍ଷରୁ କୁହାଯାଇଛି ଯେ, କୌଣସି ଦିବ୍ୟାଙ୍ଗ ବ୍ୟକ୍ତି ବିମାନ ଯୋଗେ ଯାତ୍ରା କରିବାକୁ ସକ୍ଷମ କି ନାହିଁ, ଏହା ବିମାନ କମ୍ପାନୀଗୁଡିକ ସ୍ଥିର କରିବେ ନାହିଁ, ବରଂ ଡାକ୍ତର ଏହା ସ୍ଥିର କରି​‌ବେ। ଯଦି ଡାକ୍ତର କୌଣସି ଯାତ୍ରୀଙ୍କୁ ବିମାନରେ ଯିବା ପାଇଁ ଅକ୍ଷମ ବୋଲି କୁହନ୍ତି, ତେବେ ସେହି ଯାତ୍ରୀ ଯାତ୍ରା କରିପାରିବେ ନାହିଁ। ଅର୍ଥାତ୍ ଡାକ୍ତର ନ କହିବା ପୂର୍ବରୁ ବର୍ତ୍ତମାନ ବିମାନ କମ୍ପାନୀ ଜଣେ ଯାତ୍ରୀଙ୍କୁ ଯାତ୍ରା କରିବାରେ ଅଟକାଇ ପାରିବ ନାହିଁ। ଅନେକ ଥର ଏପରି ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ଦୁର୍ବ୍ୟବହାର କରାଯାଇଛି ଓ ସେମାନଙ୍କୁ ବିମାନରେ ଚଢିବାକୁ ବାରଣ କରାଯାଇଛି।

କାହିଁକି ନିଆଗଲା ଏପରି ନିଷ୍ପତ୍ତି?

ଏହି ନିଷ୍ପତ୍ତି ସେହି ଘଟଣାକୁ ଦୃଷ୍ଟିରେ ରଖି ନିଆଯାଇଛି, ଯେତେବେଳେ ରାଞ୍ଚି ବିମାନବନ୍ଦରରେ ଥିବା ଏୟାରଲାଇନ କମ୍ପାନୀ ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନରେ ଯିବାକୁ ଅନୁମତି ଦେଇନଥିଲେ। ଏହି ଘଟଣାର ସତ୍ୟତା ସାମ୍ନାକୁ ଆସିବା ପରେ ଏହାକୁ ଖୁବ୍‌ ବିରୋଧ ମଧ୍ୟ କରାଯାଇଥିଲା। ଏହାପରେ ଇଣ୍ଡିଗୋର ଏହି କାର୍ଯ୍ୟ ଉପରେ କଠୋରତା ଦେଖାଇ ଡିଜିସିଏ ୫ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲଗାଇଥିଲା। ଏହାପରେ ଡିଜିସିଏ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories