www.samajalive.in
Saturday, December 13, 2025
18.1 C
Bhubaneswar

ଏସିଆ କପ: ସୂର୍ଯ୍ୟକୁମାରଙ୍କ ଧୂଆଁଧାର ବ୍ୟାଟିଂ, ହଂକଂକୁ ୧୯୩ ରନର ଟାର୍ଗେଟ

ଦୁବାଇ: ଏସିଆ କପରେ ସୂର୍ଯ୍ୟକୁମାରଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି। ସୂର୍ଯ୍ୟ କୁମାର ୨୬ଟି ବଲରୁ ୬ଟି ଛକା ମାରିଥିବାବେଳେ ସେ ୬ଟି ଛକା ଜରିଆରେ ୬୮ ରନ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ସେହିପରି କୋହିଲି ୫୯, ରାହୁଲ ୩୬ ଓ ରୋହିତଙ୍କ ଦ୍ରୁତ ୨୧ ରନ ଫଳରେ ଭାରତ ଭାରତ ହଂକଂକୁ ୧୯୩ ରନ୍‌ର ଟାର୍ଗେଟ ଦେଇଛି। ତେବେ ଭାରତର ଏହି ୧୯୩ ରନ୍‌ର ଟାର୍ଗେଟ ହଂକଂ ପାଇଁ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ହେବ ବୋଲି ଆଶା କରାଯାଉଛି।
ଫର୍ମକୁ ନେଇ ସଂଘର୍ଷ ଓ ସମାଲୋଚିତ ହେଉଥିବା ବିରାଟ କୋହଲି ଆଜି ହଂକଂ ବିରୋଧରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ସେ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ବିରାଟ ଶେଷ ଯାଏ ୪୪ ବଲରେ ୫୯ ଓ ସୂର୍ଯ୍ୟ କୁମାର ୨୬ ବଲରେ ବିସ୍ଫୋରକ ୬୮ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଏପରି କି ଇନିଂସର ଶେଷ ଓଭରରେ ସୂର୍ଯ୍ୟ ୪ ଛକା ସହ ୨୬ ରନ ଆଦାୟ କରିଥିଲେ।

ଦୁଇ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୯୨ ରନ କରିଛି। ଫଳରେ ହଂକଂକୁ ୧୯୩ ରନର ଟାର୍ଗେଟ ମିଳିଛି। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଥିଲା। ଆଜି ମ୍ୟାଚ୍‌ ଜିତି ପାରିଲେ ଦଳ ଆପେଆପେ ସୁପର ୪ରେ ନିଜର ସ୍ଥାନ ପକ୍କା କରିନେବ।

Hot this week

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

Related Articles

Popular Categories