www.samajalive.in
Thursday, December 11, 2025
16.1 C
Bhubaneswar

ବାଇକରୁ ପଡି ଯୁବକ ଗୁରୁତର

କଲମପୁର – କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର କଲମପୁର ଗୋପବନ୍ଧୁ ଅଗ୍ରଗାମୀ ଯୁବ ପରିଷଦ ସମ୍ମୁଖରେ ଏକ ବାଇକ ଦୁର୍ଘଟଣା ଘଟିଛି । ଏଥିରେ ବାଇକ ·ଳକ ଜଣକ ଗୁରୁତର ଭାବେ ଆହତ ହେଇଛନ୍ତି । ସ୍ତାନୀୟ ଲୋକଙ୍କ ସୁଚନା ଅନୁସାରେ କଲମପୁର ପୁଲିସ ଫାଣ୍ଡି ଅଧିକାରୀ ଡୋଳାମଣି ବିଷି ଓ ଅଗ୍ନିଶମ ବାହିନୀର ସହାୟତାରେ ଉଦ୍ଧାର କରାଯାଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । କିନ୍ତୁ ମୁଣ୍ଡରେ ଗଭିର ଆଘାତ ଯୋଗୁଁ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି ।
ସୁଚନା ଅନୁସାରେ ଜୁନାଗଡ ବ୍ଲକ ଅଧିନସ୍ଥ ବଣିଜରା ଗ୍ରାମର ମଣ୍ଟୁ ନାଏକ ନାମକ ବ୍ୟକ୍ତି କୌଣସି କାମରେ ଏକ ପଲସର ବାଇକ ଯୋଗେ କଲମପୁର ଆସୁଥିଲେ । ଏହି ସମୟରେ ବିପରିତ ଦିଗରୁ ଅନ୍ୟ ଏକ ଲଘୁଯାନ ·ଲି ଆସିବାରୁ ଭାରସାମ୍ୟ ହରାଇ ବାଇକ ·ଳକ ମଣୁ୍ଟ ଛିଟିକି ପଡି ଗୁରୁତର ଭାବେ ଆହତ ହେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଶେଷ ଖବର ସୁଦ୍ଧା ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories