ଦୁବାଇ: ଏସିଆ କପରେ ସୂର୍ଯ୍ୟକୁମାରଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି। ସୂର୍ଯ୍ୟ କୁମାର ୨୬ଟି ବଲରୁ ୬ଟି ଛକା ମାରିଥିବାବେଳେ ସେ ୬ଟି ଛକା ଜରିଆରେ ୬୮ ରନ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ସେହିପରି କୋହିଲି ୫୯, ରାହୁଲ ୩୬ ଓ ରୋହିତଙ୍କ ଦ୍ରୁତ ୨୧ ରନ ଫଳରେ ଭାରତ ଭାରତ ହଂକଂକୁ ୧୯୩ ରନ୍ର ଟାର୍ଗେଟ ଦେଇଛି। ତେବେ ଭାରତର ଏହି ୧୯୩ ରନ୍ର ଟାର୍ଗେଟ ହଂକଂ ପାଇଁ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ହେବ ବୋଲି ଆଶା କରାଯାଉଛି।
ଫର୍ମକୁ ନେଇ ସଂଘର୍ଷ ଓ ସମାଲୋଚିତ ହେଉଥିବା ବିରାଟ କୋହଲି ଆଜି ହଂକଂ ବିରୋଧରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ସେ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ବିରାଟ ଶେଷ ଯାଏ ୪୪ ବଲରେ ୫୯ ଓ ସୂର୍ଯ୍ୟ କୁମାର ୨୬ ବଲରେ ବିସ୍ଫୋରକ ୬୮ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଏପରି କି ଇନିଂସର ଶେଷ ଓଭରରେ ସୂର୍ଯ୍ୟ ୪ ଛକା ସହ ୨୬ ରନ ଆଦାୟ କରିଥିଲେ।
ଦୁଇ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୯୨ ରନ କରିଛି। ଫଳରେ ହଂକଂକୁ ୧୯୩ ରନର ଟାର୍ଗେଟ ମିଳିଛି। ଭାରତ ତା’ର ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ହରାଇଥିଲା। ଆଜି ମ୍ୟାଚ୍ ଜିତି ପାରିଲେ ଦଳ ଆପେଆପେ ସୁପର ୪ରେ ନିଜର ସ୍ଥାନ ପକ୍କା କରିନେବ।



