www.samajalive.in
Saturday, December 13, 2025
26.1 C
Bhubaneswar

ପିପିଲିରେ ଗଣେଶ ପୂଜା ସମାରୋହରେ ପାଳିତ

ପିପିଲି:ପିପିଲିର ପୁରପଲ୍ଲୀରେ ପ୍ରଭୂ ଶ୍ରୀଗଣେଶଙ୍କ ପୂଜା ଉତ୍ସବ ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ଅତ୍ୟନ୍ତ ଭକ୍ତି ସହକାରେ ପାଳିତ ହୋଇଯାଇଛି। ପିପିଲି କଲେଜ, ପିପିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଜବାହର ବିଦ୍ୟାପୀଠ, ପିପିଲି ନୋଡାଲ ହାଇସ୍କୁଲ, ଗୋବିନ୍ଦପୁର ହାଇସ୍କୁଲ, ମଙ୍ଗଳପୁର ସ୍ଥିତ ପଦ୍ମାବତୀ ହାଇସ୍କୁଲ, ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ, ଗୁଡିଆପୋଖରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସଁପୁର ସ୍ଥିତ ଅଷ୍ଟଶମ୍ଭୁ ବିଦ୍ୟାପୀଠ, ନହଳାପଡା ହାଇସ୍କୁଲ, ଦାଣ୍ଡମୁକୁନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ପ୍ରଭୂ ଶ୍ରୀ ଗଣେଶଙ୍କ ମୃଣ୍ମୟ ମୂର୍ତ୍ତିକୁ ପୂଜାର୍ଚ୍ଛନା କରାଯିବା ସହ ଭୋଜିର ଆୟୋଜନ କରାଯାଇଥିଲା। କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଂଜିନିୟରିଂ କଲେଜରେ ମଧ୍ୟ ଗଣେଶ ପୂଜା ଅତି ଯାକଜମକରେ ପାଳନ କରାଯାଇଥିଲା। ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନାପୀଠ ବାଲିଗାଁ ସ୍ଥିତ ଶ୍ରୀଗଣେଶଙ୍କ ମନ୍ଦିରରେ ମଧ୍ୟ ଏହି ଉପଲକ୍ଷେ ସ୍ୱତନ୍ତ୍ର ପୂଜାତ୍ସବର ଆୟୋଜନ କରାଯାଇଥିଲା।

ପିପିଲିର ମହାରାଜା କ୍ଲବ, ଗଣପତି କ୍ଲବ, ପିପିଲି ବଜାର ବ୍ୟବସାୟୀ ସଂଘ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଆକର୍ଷଣୀୟ ପୂଜାମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉତ୍ତରାବଜାର, ଗୁଡିଆପୋଖରୀ ବଜାର, ସିଉଳା ଛକ, ଜଇସପାଟଣା ବଜାର, ଦାଣ୍ଡମୁକୁନ୍ଦପୁର ବଜାର, ମଙ୍ଗଳପୁର ବଜାର, ତେଇସିପୁର ବଜାର, ସାତଶଙ୍ଖ ବଜାର, କାକୁଡିଆ ଛକ, କଣ୍ଟି ବଜାର, ବାରିମୂଳ ଗ୍ରାମ୍ୟ ଛକ, ମଠସାହି ଛକ, ଅନନ୍ତପୁର ଛକ, ମାଧିପୁର ଛକ, ଭାରତୀପୁର ଛକ, ଅକ୍ଟ୍ରାଇ ଛକ, ଜଗନ୍ନାଥପୁର ବଜାର ଆଦି ସ୍ଥାନରେ ବିଭିନ୍ନ ସଂଗଠନ ପକ୍ଷରୁ ପୂଜାମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ସଂନ୍ଧ୍ୟାରେ କେତେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories