www.samajalive.in
Sunday, December 14, 2025
17.1 C
Bhubaneswar

ପାକିସ୍ତାନରେ ସଙ୍କଟ ଆଉ ସଙ୍କଟ; ଗଲାଣି ୧,୦୩୩ଜଣଙ୍କ ଜୀବନ

ଇସଲାମବାଦ୍: ପାକିସ୍ତାନ ପିଛା ଛାଡ଼ୁନି ସଙ୍କଟ । କେତେବେଳେ ରାଜନୈତିକ ତ ପୁଣି କେତେବେଳେ ଦେଖାଦେଉଛି ଅର୍ଥନୈତିକ ସଙ୍କଟ । ଆଉ ବର୍ତ୍ତମାନ ବନ୍ୟା ସଙ୍କଟ ଭିତରେ ଗତି କରୁଛି ପାକିସ୍ତାନ । ପାକିସ୍ତାନରେ ବନ୍ୟାର ବିଭୀଷିକା ଏବେ ବି ଜାରିରହିଛି । ଯେଉଁ ଆଡକୁ ଚାହିଁଲେ ଖାଲି ପାଣି ଆଉ ପାଣି । ବନ୍ୟାର ଦୁର୍ଦ୍ଦଶା କୋଟି କୋଟି ଲୋକ ଭୋଗୁଥିବା ବେଳେ ଶହଶହ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ପାକିସ୍ତାନର ଲୋକମାନେ ଏହି ସମସ୍ୟା ସହ କ୍ରମାଗତ ଭାବରେ ସଂଘର୍ଷ କରୁଛନ୍ତି ।

ଗତ କିଛି ଦିନ ହେବ ବନ୍ୟା ପରିସ୍ଥିତି ପାକିସ୍ତାନରେ ବ୍ୟାପକ ଧ୍ୱଂସ ଘଟାଇଛି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପଡୋଶୀ ଦେଶ ପାକିସ୍ତାନରେ ଏପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୧୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଛି । ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜୁନ୍ ୧୪ ପରଠାରୁ ବର୍ଷା ହେତୁ ଅନେକ ଜିଲ୍ଲା ଜଳବନ୍ଦୀ ହୋଇଥିଲା । ଏହି କାରଣରୁ ଏଯାଏଁ ପ୍ରାୟ ୧,୦୩୩ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୦୭ଜଣ ମହିଳା ଓ ୩୪୮ଜଣ ଶିଶୁ ଥିବା ସୂଚନା ଦିଆଯାଇଛି ।

- Advertisement -

ଆଉ ଏଯାଏଁ ୧୫ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୁବୁଠାରୁ ବଡ଼ କଥା ହେଉଛି ଗତ ୨୪ଘଣ୍ଟା ମଧ୍ୟରେ କେବଳ ବନ୍ୟା ଯୋଗୁ ୧୧୯ ଜଣ ପ୍ରାଣ ହରାଇଛନ୍ତି । ଆଉ ୭୧ ଜଣ ଆହତ ହୋଇଥିବା କୁହାଯାଇଛି । ଗତ ୨୪ ଘଣ୍ଟାର ରିପୋର୍ଟରେ ସର୍ବାଧିକ ସିନ୍ଧ ପ୍ରାନ୍ତରେ ମୃତ୍ୟୁ ଘଟିଛି ବୋଲି କୁହାଯାଉଛି । ସେହିପରି ବନ୍ୟା ଯୋଗୁ ଗୃହପାଳିତ ପଶୁ ମଧ୍ୟ ପ୍ରାଣ ହରାଉଛନ୍ତି । ବନ୍ୟାକୁ କିଛି ଦିନ ବିତି ଯାଇଥିଲେ ମଧ୍ୟ ପାକିସ୍ତାନରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ହୋଇନାହିଁ । ଲୋକମାନେ ଖାଦ୍ୟ ଓ ପିଇବା ପାଣିପାଇଁ ଡହଳବିକଳ ହେଉଛନ୍ତି ।

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories