www.samajalive.in
Monday, December 15, 2025
17.1 C
Bhubaneswar

ରୁଷ-ୟୁକ୍ରେନ୍‌ ଯୁଦ୍ଧ; ବିପଦରେ ଯୁରୋପ !

କିଭ୍‌: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ପ୍ରତ୍ୟେକ ଦିନ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ହେଲେ ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ୟୁରୋପ ଏକ ଭୟଙ୍କର ପରିସ୍ଥିତିର ସମ୍ମୁଖିନ ହୋଇଛି । ଗତ ଶନିବାର ଦିନ ପରମାଣୁ ପ୍ଲାଣ୍ଟ ଚାରିପଟେ ଗୁଳିବିନିମୟ ହୋଇଥିବା କୁହାଯାଉଛି । ଯେଉଁଥିପାଇଁ ୟୁକ୍ରେନ୍‌ ଓ ରୁଷ ପରସ୍ପରକୁ ଦାୟୀ କରୁଛନ୍ତି । ଘଟଣାର ଯାଞ୍ଚ କରିବାକୁ ମିଳିତ ଜାତିସଂଘର ଆନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି (ଆଇଏଇଏ)କୁ ଅନୁମତି ଦିଆଯାଇନାହିଁ ।

ସେପଟେ ଏହି ଘଟଣାକୁ ନେଇ ୟୁକ୍ରେନ୍‌ ତାହାର ଅଭିଯୋଗ ରଖିଛି । ୟୁକ୍ରେନ୍‌ କହିଛି କି, ରୁଷ ଏହି ଆକ୍ରମଣ କରିଛି । ରୁଷ ମଧ୍ୟ ୟୁକ୍ରେନ୍‌ ବିରୋଧରେ ପାଲଟା​‌ ଅଭିଯୋଗ ଆଣି କହିଛି ଯେ, ୟୁକ୍ରେନ୍‌ ପରମାଣୁ ଇନ୍ଧନ ଭଣ୍ଡାର ଉପରେ ବେପରୁଆ ଭାବରେ ଗୁଳି ଚଳାଇଛି । ଜାତୀୟ ଗଣମାଧ୍ୟମର ସୂଚନା​‌ ଅନୁଯାୟୀ ୟୁକ୍ରେନ୍‌ ୪ଟି ସେତୁକୁ ଧ୍ୱଂସ କରିଦେଇଛି । ଯାହାକି ରୁଷ ସୈନିକଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଗତ ଶନିବାର ଓ ରବିବାରର ଆକ୍ରଣରେ ରୁଷିଆର ୩୫ ସୈନିକଙ୍କୁ ୟୁକ୍ରେନ୍‌ ହତ୍ୟା କରିଥିବା ଦାବି କରିଛି ।

- Advertisement -

ତାହା ସହ ୟୁକ୍ରେନ୍‌ ରୁଷର ଅନେକ ଯୁଦ୍ଧାସ୍ତ୍ର ନଷ୍ଟ କରିଥିବା ମଧ୍ୟ କହିଛି । ସୂଚନା ଥାଉ କି ଗତ ୬ ମାସରୁ ଊର୍ଦ୍ଧ୍ଵ ସମୟ ହେବ ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଦେଶ ବହୁ କ୍ଷୟକ୍ଷତି ସହିଲେଣି । ବାରମ୍ବାର ରୁଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରୁଛି । ୟୁକ୍ରେନ୍‌ ମଧ୍ୟ ରୁଷକୁ ପାଲଟା ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି । ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ଥମୁନଥିବା ବେଳେ ଆହୁରି ଯୁଦ୍ଧ ତୀବ୍ର ହେଉଥିବା ଦେଖିବାକୁ ମିଳୁଛି । ଯୁଦ୍ଧର ପ୍ରଭାବ ବିଶେଷକରି ବାଣିଜ୍ୟିକ କାରବାର ଉପରେ ପଡ଼ୁଛି ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories