www.samajalive.in
Friday, December 12, 2025
14.1 C
Bhubaneswar

ଚାନ୍ଦା ପାଇଁ ଖଣ୍ଡାଚୋଟ

ପାଣି ପାଉଚ୍‌ ଫାକ୍ଟ୍ରି ମାଲିକ ଗୁରୁତର

ଢେଙ୍କାନାଳ : କୋରିଆଁ ଶକ୍ତିସୁଗାର୍ସ ନିକଟରେ ଖୋଲିଥିବା ଏକ ପାଣି ପାଉଚ୍‍ ଫାକ୍ଟ୍ରି ମାଲିକଙ୍କୁ ଲକ୍ଷ୍ମୀପୂଜା ଚାନ୍ଦା ପାଇଁ ଜୋର୍‍ଜବରଦସ୍ତ କରିବାସହ ତାଙ୍କୁ ଖଣ୍ଡାରେ ହାଣି ଗୁରୁତର ଆହତ କରାଯାଇଥିବା ଜଣାଯାଇଛି।
ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ କୋରିଆଁରେ ଲକ୍ଷ୍ମୀପୂଜା ପୂର୍ବରୁ କୋରିଆଁ ବଜାର ତରଫରୁ ହୋଇ ଆସୁଥିଲା। ସେଠାରେ ଥିବା ଯୁଆଙ୍ଗ ସାହି ପକ୍ଷରୁ ଚଳିତ ବର୍ଷ ଠାରୁ ନୂଆକରି ଲକ୍ଷ୍ମୀପୂଜାର ଆୟୋଜନ କରାଯାଇଛି। ଯୁଆଙ୍ଗ ସାହିର ୧୦ରୁ ୧୫ଜଣ ଯୁବକ ରବିବାର ପାଣି ପାଉଚ୍‍ ଫାକ୍ଟ୍ରି ମାଲିକ ଟାଉନ୍‍ ପ୍ଲାନିଂର ରାକେଶ ଆଚାର୍ଯ୍ୟଙ୍କୁ ଲକ୍ଷ୍ମୀପୂଜା ପାଇଁ ଚାନ୍ଦା ମାଗିଥିଲେ। ରାକେଶ୍‍ ପୂର୍ବରୁ କୋରିଆଁ ବଜାରକୁ ଚାନ୍ଦା ଦେଇ ଆସୁଥିବାରୁ ତାଙ୍କୁ ଏ ବିଷୟରେ ପଚାରି ଚାନ୍ଦା ଦେବେ ବୋଲି କହିଥିଲେ। ଏଥିରେ ଉତ୍ତେଜିତ ହୋଇ ସେମାନେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଓ ପଦାକୁ ଚାଲିଯାଇଥିଲେ। ପରେ ଦିନ ପ୍ରାୟ ଗୋଟାଏବେଳେ ସେ ଫାକ୍ଟ୍ରିରୁ ଏକ ହୋଟେଲ୍‍କୁ ଖାଇବାକୁ ଯାଇ ଫେରୁଥିବାବେଳେ ୪ଜଣ ଯୁବକ ରଡ଼, ଟାଙ୍ଗିଆ ବେଣ୍ଟ, ଫାର୍ସା ଓ ଶାବଳ ଦ୍ୱାରା ପଛରୁ ତାଙ୍କୁ ଆକ୍ରମଣ କରିଥିଲେ ଓ ପରେ ତାଙ୍କୁ ଜୋର୍‍ଜବରଦସ୍ତ ଏକ ବାଇକ୍‍ରେ ବସାଇ ତାଙ୍କ ସାହିକୁ ଉଠାଇ ନେଇଯାଇଥିଲେ। ସେଠାରେ ତାଙ୍କୁ ପିଟିଥିଲେ। ସେ ଫୋନ୍‍ କରି ତାଙ୍କ ସମ୍ପର୍କୀୟଙ୍କୁ ଡ଼କାଇଥିଲେ। ସେମାନେ ସାହିରେ ପହଞ୍ଚିବାପରେ ତାଙ୍କୁ ମଧ୍ୟ ମାର୍‍ପିଟ୍‍ କରିଥିଲେ। କୌଣସିମତେ ସେମାନେ ତାଙ୍କୁ ଆଣି ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଫାକ୍ଟ୍ରି ମାଲିକ ଶ୍ରୀ ଆଚାର୍ଯ୍ୟଙ୍କ ତରଫରୁ ଟାଉନଥାନାରେ ଏକ ଅଭିଯୋଗ ହୋଇଥିବାବେଳେ ଯୁଆଙ୍ଗ ସାହିର ଯୁବକମାନେ ତାଙ୍କ ବିରୋଧରେ ଜାତିଆଣକୁ ନେଇ ଆକ୍ଷେପ କରିଥିଲେ ଏବଂ ତାଙ୍କୁ ବୁଝେଇବାକୁ ଯାଇଥିବା ସ୍ତ୍ରୀ ଲୋକଙ୍କୁ ଗାଳିଗୁଲଜ କରିବାସହ ଧକ୍କା ଦେଇଥିବା କଥା ଷ୍ଟେସନ୍‍ ଥାନାରେ ଏକ ପାଲଟା ଅଭିଯୋଗ କରାଯାଇଛି। ଯେଉଁମାନେ ଶ୍ରୀ ଆଚାର୍ଯ୍ୟଙ୍କୁ ଚାନ୍ଦା ମାଗିବାକୁ ଯାଇଥିଲେ ସିସିଟିଭିରେ ସେମାନଙ୍କର ଫୁଟେଜ୍‍ ରହିଥିବା କଥା ରାକେଶ୍‍ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories