www.samajalive.in
Monday, December 15, 2025
17.1 C
Bhubaneswar

ଡିଜିଟାଲ ଫାଇଭର ତରଫରୁ ଚୌଦ୍ୱାରର ୪ଟି ୱାର୍ଡ଼ରେ ୮୮ଟି ଖୁଣ୍ଟ ଲଗାଯିବ:  ପୌରାଧ୍ୟକ୍ଷା

ଚୌଦ୍ୱାର: ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ଡିଜିଟାଲ ଫାଇଭର ତରଫରୁ ପୌରପାଳିକାକୁ ହାତକରି ଚୌଦ୍ୱାର ସହରାଞ୍ଚଳରେ ବାର୍ଷିକ ମାତ୍ର ୫ଶହ ଟଙ୍କା ଭଡ଼ାରେ କେବୁଲ ଓ ଖୁଣ୍ଟ ପକାଇବା ପାଇଁ ପୌରପାଳିକା ଠାରୁ ଏନ୍ଓସି ସାର୍ଟିଫିକେଟ ହାସଲ କରିଥିବା ନେଇ ଚାଲିଥିବା ଅପପ୍ରଚାରକୁ ପୌରପାଳିକା ତରଫରୁ ଖଣ୍ଡନ କରାଯାଇଛି । ଏସମ୍ପର୍କରେ ପୌର କାଉନସିଲ ତରଫରୁ ପୌର କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ଓ ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ସ୍ପଷ୍ଟି କରଣ ଦେଇ କହିଛନ୍ତି ଯେ ଡିଜିଟାଲ ଫାଇଭର ତରଫରୁ ଚୌଦ୍ୱାରର ୪ଟି ୱାର୍ଡ଼ରେ ମୋଟ ୮୮ଟି ଖୁଣ୍ଟ ଲଗାଯିବ। ଉକ୍ତ ଖୁଣ୍ଟର ଭଡ଼ାବାବଦକୁ ଖୁଣ୍ଟ ପିଛା ୫ଶହ ଟଙ୍କା ହିସାବରେ ବାର୍ଷିକ ୪୪ହଜାର ଟଙ୍କା କର ଆଦାୟ ହେବ। ଏସମ୍ପର୍କରେ ପୂର୍ବରୁ ପୌର କାଉନସିଲରେ ଏକ ପ୍ରସ୍ତାବ ଗୃହିତ ହୋଇଥିବା ସୂଚନା ଦେଇ ଏନେଇ ସହରବାସୀ ସନ୍ଦେହରେ ନରହିବାକୁ ଉଭୟ ପୌରାଧ୍ୟକ୍ଷା ଓ ଉପାଧ୍ୟକ୍ଷ ନିବେଦନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories