www.samajalive.in
Sunday, December 14, 2025
19.1 C
Bhubaneswar

ବିଶ୍ଵ ମଶା ଦିବସ-୨୦୨୨ ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ବିଶ୍ୱ ମଶା ଦିବସ-୨୦୨୨’ ପାଳନ କରାଯାଇଛି। ବୁଧବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ମ୍ୟାଲେରିଆ ସହିତ ମଶାର ସମ୍ପର୍କ’ ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଡାକ୍ତର, ବିଶେଷଜ୍ଞ ଏବଂ ବୁଦ୍ଧିଜୀବୀମାନେ ମଶା ଯୋଗୁଁ ସୃଷ୍ଟି ହେଉଥିବା ମ୍ୟାଲେରିଆ ଏବଂ ବିଭିନ୍ନ ଭେକ୍ଟର ବାହିତ ରୋଗକୁ କିପରି ନିୟନ୍ତ୍ରଣ କରାଯାଇପାରିବ ତା’ଉପରେ ମତ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୈନିକ ଖବରକାଗଜ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, କୋଭିଡ୍ ମହାମାରୀ ପରେ ଲୋକମାନେ ଜନସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହୋଇଛନ୍ତି। ବିଶ୍ୱ ମଶା ଦିବସ ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ସ୍ୱାଗତଯୋଗ୍ୟ। ଏହାଦ୍ୱାରା ଲୋକମାନେ ବିଭିନ୍ନ ଭେକ୍ଟର ବାହିତ ରୋଗ ବିଷୟରେ ଅଧିକ ସଚେତନ ହୋଇପାରିବେ। ବରିଷ୍ଠ ବୈଜ୍ଞାନିକ ଡକ୍ଟର ରୂପେଂଶୁ କୁମାର ହାଜରା କହିଛନ୍ତି, ବିଭିନ୍ନ ଭେକ୍ଟର ବାହିତ ରୋଗ ମୁଖ୍ୟ ବାହକ ହେଉଛି ମଶା। ଏହା ଜନସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ବିପଦ। ତେଣୁ ମଶା ସମ୍ପର୍କରେ ଅଧିକ ଅଧ୍ୟୟନ ଓ ଗବେଷଣା କରାଯାଇ ଲୋକମାନଙ୍କୁ ବ୍ୟାପକ ଭାବେ ସଚେତନ କରାଯାଇ ପାରିଲେ ଜନସ୍ୱାସ୍ଥ୍ୟ ପ୍ରତି ଯେଉଁ ବିପଦ ଦେଖାଦେଉଛି ତାହାକୁ ନିୟନ୍ତ୍ରଣ କରିପାରିବା।

- Advertisement -

ଏହି ଅବସରରେ ଡକ୍ଟର ହାଜରା ‘ଭେକ୍ଟର ବାହିତ ରୋଗ ଏବଂ ଭାରତରେ ଏ ସମ୍ପର୍କରେ ଗବେଷଣା’ ବିଷୟ ଉପରେ ଏକ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଶ୍ରୀ ପ୍ରଫେସର ଡକ୍ଟର ଆଦିତ୍ୟ ପ୍ରସାଦ ଦାଶ ‘ମ୍ୟାଲେରିଆ ଏବଂ ସାର୍ ରୋନାଲ୍ଡ ରସ୍’ଙ୍କ ସମ୍ପର୍କରେ ଏକ ବିସ୍ତୃତ ପ୍ରେଜେଣ୍ଟେସନ ଉପସ୍ଥାପନ କରିଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories