www.samajalive.in
Monday, December 15, 2025
27.1 C
Bhubaneswar

ଆଧାର କାର୍ଡ ସହ ଭୋଟର କାର୍ଡ ସଂଯୋଗୀକରଣ ସଚେତନତା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି : ମହିଳା ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ଆଧାର କାର୍ଡ ସହିତ ଭୋଟର କାର୍ଡ ସଂଯୋଗୀକରଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଓ ଉପଜିଲ୍ଲାପାଳ ଟିଟିଲାଗଡ ଉପଖଣ୍ଡଙ୍କ ଅନୁରୋଧ କ୍ରମେ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା ।  ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପରୋକ୍ତ କାର୍ଡକୁ କେଉଁ କେଉଁ ଆପ୍ ମାଧ୍ୟମରେ ଯୋଡ଼ା ଯିବ ଓ ଏହାର ସୁଫଳ କଣ ମିଳିବ ଛାତ୍ରୀ ମାନଙ୍କୁ ବୁଝାଯାଇଥିଲା । ତତସଙ୍ଗେ ସଙ୍ଗେ ସେମାନଙ୍କୁ ତାଙ୍କର ପଡୋଶୀ ମାନଙ୍କୁ ସଚେତନ କରାଇବା ପାଇଁ ଅନୁରୋଧ କରାଯାଇଥିଲା।  ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଯୁଧିଷ୍ଠିର ବେହେରା ନେପାଳ ସେଠୀ ,ସୋମନାଥ ମେହେର, ଅଧ୍ୟାପିକା ସୁନନ୍ଦା ରଥ ,ଲିପନିତା ପ୍ରଧାନ , କଲ୍ୟାଣୀ ମେହେର ପ୍ରମୁଖ ଓ ବୁଥ ସ୍ତରୀୟ  ସୁପରଭାଇଜର ପ୍ରମୋଦେନି ପାଣିଗ୍ରାହୀ ,ବି ଏଲ୍ ଓ କାନ୍ତି ମାଝୀ ଓ କସ୍ତୁରୀ ସୁନା ସସ୍ମିତା ଦୀପ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।  ଶେଷରେ ଅଧ୍ୟାପକ ସୋମନାଥ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories