www.samajalive.in
Saturday, December 13, 2025
26.1 C
Bhubaneswar

ଫେରିଲା ଚେତା; ସୁସ୍ଥ ହେଉଛନ୍ତି ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପ୍ରାର୍ଥନା ପ୍ରଭାବ ଦେଖାଇଛି। ଡାକ୍ତରଖାନାରେ ଦୀର୍ଘ ୧୫ ଦିନର ସଂଘର୍ଷ ପରେ ଲୋକପ୍ରିୟ କମେଡ଼ିଆନଙ୍କ ଚେତା ଫେରିଥିବା ସୂଚନା ମିଳିଛି। ଏହି ଖବର ଶୁଣିବା ପରେ ପ୍ରଶଂସକଙ୍କ ମଧ୍ୟ ଖୁସିର ଲହରୀ ଖେଳିଯାଇଛି।

ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜୁ ଶ୍ରୀବାସ୍ତବଙ୍କ ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗ କହିଛନ୍ତି ଯେ, ରାଜୁ ଶ୍ରୀବାସ୍ତବ ୧୫ ଦିନ ପରେ ଚେତା ଫେରି ପାଇଛନ୍ତି। ତାଙ୍କ ଉପରେ ଦିଲ୍ଲୀ ଏମ୍ସର ଡାକ୍ତରମାନେ ନଜର ରଖିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି। ବ୍ୟକ୍ତିଗତ ସଚିବ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ସକାଳ ୮.୧୦ରେ ରାଜୁଙ୍କ ଚେତା ଫେରିଛି। ଏହାପରେ ୯ଟାରେ ଡାକ୍ତରୀ ଦଳ ମଧ୍ୟ ରାଜୁଙ୍କ ଅବସ୍ଥା ଯାଞ୍ଚ କରିଥିଲେ।

- Advertisement -

ଏହାପୂର୍ବରୁ ରାଜୁ ଶ୍ରୀବାସ୍ତବଙ୍କ ମ୍ୟାନେଜର ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇଥିଲେ। ସେ କହିଥିଲେ, ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ତାଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସୁଛି। ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, ରାଜୁ ଶ୍ରୀବାସ୍ତବଙ୍କ ଚିକିତ୍ସା ପାଇଁ ଡାକ୍ତରମାନେ ନ୍ୟୁରୋଫିଜିଓଥେରାପି ସାହାଯ୍ୟ ନେଉଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ଚେତା ଫେରିବା ଖବର ଶୁଣି ତାଙ୍କ ପ୍ରଶଂସକମାନେ ଖୁବ୍‌ ଖୁସି ହୋଇଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୧୦ ତାରିଖରେ ହୃଦଘାତ କାରଣରୁ ରାଜୁ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories