www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ : ଶୁଭକାର୍ଯ୍ୟ ସହ ସବୁ ସମୟରେ କାହିଁକି ଶୁଭ ୫ ଅଙ୍କ?

ହିନ୍ଦୁ ଧର୍ମରେ ପୂଜାପାଠ ସହ ଅନେକ ନିୟମ ରହିଛି। ଏହାର ମହତ୍ତ୍ୱ ମଧ୍ୟ ରହିଛି। ଏହାର ପାଳନ ମଧ୍ୟ କରାଯାଇଥାଏ। ପୂଜାପାଠ, ଧାର୍ମିକ ଅନୁଷ୍ଠାନ କିମ୍ବା ଶୁଭକାର୍ଯ୍ୟରେ ୫ ଅଙ୍କର ଖୁବ ମହତ୍ତ୍ୱ ରହିଛି। ଏଥିରେ ପଞ୍ଚଦେବ,ପଞ୍ଚାମୃତ ଆଦି ଜଡିତ ରହିଛି। ଜାଣନ୍ତୁ..
ହିନ୍ଦୁ ଧର୍ମରେ ପଞ୍ଚଦେବଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ପଞ୍ଚଦେବଙ୍କ ପୂଜା ବିନା ଶୁଭକାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇଥାଏ। ପଞ୍ଚଦେବରେ ଭଗବାନ ସୂର୍ଯ୍ୟ, ଶ୍ରୀଗଣେଶ, ମା’ଦୁର୍ଗା , ଶିବଶଙ୍କର ପ୍ରଭୁ ବିଷ୍ଣୁ ରହିଛନ୍ତି। ଧାର୍ମିକ ମାନ୍ୟତା ଅନୁଯାୟୀ ପଞ୍ଚଦେବଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ସହ ଶୁଭଫଳ ମିଳିଥାଏ।
ମାନ୍ୟତା ଅନୁଯାୟୀ, ଦେବାଦେବୀ ପୂଜା ସାମଗ୍ରୀ ୫ଟି ମୁଦ୍ରାରେ ଗ୍ରହଣ କରିଥାଆନ୍ତି। ଏହା ମଧ୍ୟରେ ଗନ୍ଧ ମୁଦ୍ରା, ପୁଷ୍ପ ମୁଦ୍ରା, ଦୀପ ମୁଦ୍ରା, ଧୂପ ମୁଦ୍ରା ଓ ନୈବେଦ୍ୟ ମୁଦ୍ରା।
ପୂଜାରେ ପଞ୍ଚଗବ୍ୟର ମଧ୍ୟ ମହତ୍ତ୍ୱ ରହିଛି। ପଞ୍ଚଗବ୍ୟରେ ପାଞ୍ଚ ପ୍ରକାର ଗାଈ ସହ ଜଡିତ ପାଞ୍ଚଟି ଜିନିଷ ସାମିଲ ରହିଛି। ମାଟିଆ ରଙ୍ଗ ଗାଈର ଗୋମୁତ୍ର,ଲାଲ ଗାଈର ଗୋବର, ଧଳା ଗାଈର କ୍ଷୀର,କଳା ଗାଈର କ୍ଷୀରରୁ ପ୍ରସ୍ତୁତ ଘିଅ ଓ ଦହି ବ୍ୟବହାର କରିବା ଶୁଭଙ୍କର।
ପୂଜାରେ ପଞ୍ଚାମୃତର ଖୁବ ମହତ୍ତ୍ୱ ରହିଛି। ପଞ୍ଚାମୃତରେ କ୍ଷୀର,ଦହି,ଘିଅ,ଗୁଡ ଓ ମହୁ ମିଶାଇ ଏହାକୁ ପ୍ରସ୍ତୁତ କରାଯାଏ।
ପୂଜାପାଠରେ ଧାର୍ମିକ ପୁସ୍ତକ, ତିଥି, ବାର, ନକ୍ଷତ୍ର,ଯୋଗର ମଧ୍ୟ ମହତ୍ତ୍ୱ ରହିଛି।
ସେହିପରି ପୂଜାରେ ଅଶ୍ୱତ୍ଥ, ଆମ୍ବ, ଅଶୋକ, ବର ଆଦି ଗଛର ଖୁବ ମହତ୍ତ୍ୱ ରହିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories