ସକାଳ @୯ ମୁଖ୍ୟ ଖବର

(୧) କଟକର ଏସସିବି ଡାକ୍ତରଖାନାରେ ପଦ୍ମଶ୍ରୀ କମଳା ପୂଜାରୀ… କିଡନୀ ଜନିତ ସମସ୍ୟା କାରଣରୁ ହୋଇଛନ୍ତି ଆଇସିୟୁରେ ଭର୍ତ୍ତି… କମଳାଙ୍କ ଚିକିତ୍ସା ପାଇଁ ନିୟୋଜିତ ଅଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଦଳ.. ଗତକାଲି ଜୟପୁର ଡାକ୍ତରଖାନାରୁ ଏସସିବିକୁ ହୋଇଥିଲେ ସ୍ଥାନାନ୍ତର…

(୨) ସଙ୍କଟରେ ଗଜରାଜ… ପୁଣି ଆଉ ୨ ମାଈ ହାତୀଙ୍କ ମୃତ୍ୟୁ… ବିଦ୍ୟୁତ୍‌ ତାର ଲାଗି ହାତୀଙ୍କ ମୃତ୍ୟୁ ହୋଇଥିବା ସୂଚନା… କେନ୍ଦୁଝର ସଦର ବନାଞ୍ଚଳ ଜୁଡ଼ିଆ କୃଷି ବିଜ୍ଞାନ କେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା.. ଘଟଣାସ୍ଥଳରେ ତଦନ୍ତ କରୁଛି ବନବିଭାଗ…

prayash

(୩) ଆଜିଠୁ ରାଜ୍ୟରେ କମିବ ଘୁର୍ଣ୍ଣିବଳୟର ପ୍ରଭାବ… ୨ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା… କେନ୍ଦୁଝର ଏବଂ ଝାରସୁଗୁଡାରେ ବର୍ଷିବ… ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା… ଭୁବନେଶ୍ୱର ଆଞ୍ଚଳିକ ପାଣପାଗ କେନ୍ଦ୍ର ପକ୍ଷରୁ ସୂଚନା…

(୪) ଅଗଷ୍ଟରେ ରାଜ୍ୟର ୭ ଜିଲ୍ଳାରେ ସ୍ବାଭାବିକ ଠାରୁ ହୋଇଛି ଅଧିକ ବର୍ଷା… ୧ ତାରିଖରୁ ଏଯାବତ ସାରା ରାଜ୍ୟରେ ୪୪୪.୫ ମିମି ବର୍ଷା ରେକର୍ଡ…  ଦେବଗଡ, ଢେଙ୍କାନାଳ, ନୟାଗଡ, ବୌଦ୍ଧ, କୋରାପୁଟ, ରାୟଗଡା ଓ ଗଜପତିରେ ଅଧିକ ବର୍ଷିଛି… ଅବଶିଷ୍ଟ ୨୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ…

kalyan agarbati

Comments are closed.