ଆଉ ୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳକୁ ପୁଣି ଥରେ ବୃଦ୍ଧି କରାଯାଇଛି । ଆଉ ୬ ମାସ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି ପାଇଛି । ଫଳରେ ତାଙ୍କର କାର୍ଯ୍ୟକାଳ ୨୦୨୩ ଫେବ୍ରୁୟାରୀ ୨୮ ଯାଏ ରହିବ । ଏନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଯାହାକୁ କେନ୍ଦ୍ର ଅନୁମୋଦନ କରିଛି । ପୂର୍ବରୁ ମଧ୍ୟ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ୬ ମାସ ପାଇଁ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଥିଲେ । ବର୍ତ୍ତମାନ ଦ୍ୱିତୀୟ ଥର ଲାଗି ତାଙ୍କର କାର୍ଯ୍ୟକାଳକୁ ପୁଣି ଥରେ ୬ ମାସ ପାଇଁ ବୃଦ୍ଧି କରାଯାଇଛି ।
Comments are closed.