www.samajalive.in
Sunday, December 14, 2025
17.1 C
Bhubaneswar

ସଫ୍ଟୱେୟାର ଇଞ୍ଜିନିୟର ଶ୍ବେତା ଆତ୍ମହତ୍ୟା ଘଟଣା; ସୌମ୍ୟଜିତଙ୍କୁ ନୋଟିସ୍‌, ଖୋଜିବ ସ୍ବତନ୍ତ୍ର ଦଳ

ଚନ୍ଦ୍ରଶେଖରପୁର: କମିସନରେଟ ପୁଲିସର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଏକ କମ୍ପାନୀରେ କାର୍ଯ୍ୟରତ ସଫ୍ଟୱେୟାର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି। ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ଏବେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନେଇ ଦଫା ୩୦୬ରେ ଆଉ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ଏହି ଘଟଣାରେ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ପୁଲିସ ନୋଟିସ୍‌ କରିବା ସହ ତାଙ୍କୁ ଧରିବା ପାଇଁ ଏକ ଦଳ ଗଠନ କରିଛି।

ସୂଚନା ଅନୁଯାୟୀ, ପୁଲିସ ହାତରେ ମୋବାଇଲ କଲ୍‌ ଡିଟେଲ୍ସରୁ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ପୁରୁଷବନ୍ଧୁ ସୌମ୍ୟଜିତଙ୍କୁ ଶ୍ବେତା ୧୫ ଥର କଲ୍‌ କରିଥିଲେ। ରାତି ସାଢ଼େ ଗୋ‌ଟାଏରେ ଶେଷ ଫୋନ୍‌ ଥିଲା। ତେବେ ସୌମ୍ୟଜିତ ଫୋନ୍‌ ଧରିନଥିବା ଜଣାପଡ଼ିଛି। ପୁଲିସ ମଧ୍ୟ ଦୁଇଟି ସିଟିଟିଭି ଫୁଟେଜ୍‌ ପାଇଛି। ଯେଉଁଥିରେ ଭୁବନେଶ୍ବରର ଏକ ପବ୍‌ର ଦୃଶ୍ୟ ରହିଛି। ସେଠାକୁ ଶ୍ବେତା ଯାଇଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଫୁଟେଜ୍‌ରେ ସମ୍ବଲପୁରସ୍ଥିତ ଘର ସାମ୍ନାରୁ ସୌମ୍ୟଜିତ ବାଇକ୍‌ରେ ବସି ବାହାରକୁ ଯାଉଥିବା ଦେଖାଯାଉଛି। ଏଥିରୁ ସେ ଫେରାର ହୋଇଯାଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ଶ୍ବେତାଙ୍କ ମୃତଦେହ ଉଦ୍ଧାର ପରଦିନ ପୁଲିସ ସୌମ୍ୟଜିତଙ୍କୁ ଡାକି ଥାନାରେ ପଚରା ଉଚରା କରିଥିଲେ ହେଁ ଗିରଫ କରି ନଥିବା ଶ୍ବେତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଶ୍ବେତା ଓ ସୌମ୍ୟଜିତଙ୍କ ମଧ୍ୟରେ ମୋବାଇଲ ବାର୍ତ୍ତାଳାପର ଏକ ଅଡ଼ିଓ ପ୍ରଘଟ ହେଉଛି। ଯାହା ପୁଲିସର ହସ୍ତଗତ ହୋଇଛି। ତେବେ ଏହି ଅଡ଼ିଓ ସତ୍ୟତା ଯାଞ୍ଚ ପରେ ଜଣାପଡ଼ିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ, ଭଦ୍ରକ ଅଞ୍ଚଳର ଶ୍ବେତା ଇନ୍‌ଫୋସିଟି ଥାନା ଅଧୀନ ଏକ ଘରୋଇ ଆଇଟି କମ୍ପାନୀରେ ୨୦୧୮ରୁ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଶୈଳଶ୍ରୀବିହାରସ୍ଥିତ ଗ୍ରିନ୍‌ ଆପାର୍ଟମେଣ୍ଟର ଏକ ଫ୍ଲାଟ୍‌ରେ ଦୁଇ ବାନ୍ଧବୀଙ୍କ ସହ ସେ ଭଡ଼ାରେ ରହୁଥିଲେ। ସେଠାରୁ ଗତ ୧୯ ତାରିଖରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ପୁଲିସ ଡାକ୍ତରଖାନା ପଠାଇଥିଲା। ଶ୍ବେତା ବ୍ୟବହାର କରୁଥିବା ମୋବାଇଲକୁ ପୁଲିସ ଜବତ କରିବା ସହ ଆତ୍ମହତ୍ୟା ପୂର୍ବରୁ କାହା ସହିତ, କେତେ ଥର, କେତେ ସମୟ କଥା ହୋଇଛନ୍ତି ସେନେଇ କଲ ରେକର୍ଡ଼(ସିଡ଼ିଆର) ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା। ସେହିପରି ଶ୍ବେତାଙ୍କ ଡାଏରୀକୁ ମଧ୍ୟ ପୁଲିସ ଜବତ କରିଥିଲା। ସମ୍ବଲପୁର ଅଇଁଠାପାଲି ଅଞ୍ଚଳର ପୁରୁଷବନ୍ଧୁ ତଥା ସହକର୍ମୀ ସୌମ୍ୟଜିତ ମହାପାତ୍ରଙ୍କ ପାଇଁ ସେ ଆତ୍ମହତ୍ୟା କରିଥିବା ଶ୍ବେତାଙ୍କ ବାପା ସୁଶାନ୍ତ କୁମାର ଦାଶ ଓ ଭାଇ ବବୁଲ ଚନ୍ଦ୍ରଶେଖରପୁର ଥାନାରେ ସୋମବାର ଏତଲା ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories