www.samajalive.in
Monday, December 15, 2025
14.1 C
Bhubaneswar

ହୁଳୁହୁଳା ସେତୁ ଉପରୁ ଖସିଲା ବନ୍ୟା ଜଳ

ବାଙ୍କୀ: ମହାନଦୀର ଉତ୍ତର ପାର୍ଶ୍ବରେ ସରଣ୍ଡାଗଡ ଅନ୍ତର୍ଗତ ଘୋଡାବର ଗ୍ରାମରେ ରହିଛି ହୁଳୁହୁଳା ସେତୁ। ସୁବର୍ଣ୍ଣପୁର-ବିନ୍ଧାଣିମା ମୁଖ୍ୟ ରାସ୍ତାର ଘୋଡାବର ଠାରେ ଅବସ୍ଥିତ ଥିବା ହୁଳୁହୁଳା ପୋଲଟି ବହୁ ପୁରାତନ ଓ ନୀଚ୍ଚା। ତିଗିରିଆ ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ପୋଲଟିର ପୁନଃରୁଦ୍ଧାର କରାଯାଇ କିମ୍ବା ନୂତନ ଉଚ୍ଚ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରିଆସିଛନ୍ତି। ଏହି ପୋଲ ପ୍ରତି ଗୁରୁତ୍ୱ ଦିଆଯାଉନଥିବାରୁ ଅଞ୍ଚଳବାସୀ ତଥା ସ୍ଥାନୀୟ ପୁରୁଖା ଲୋକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମହାନଦୀରେ ବନ୍ୟାଜଳ ଆସିଲେ ପ୍ରଥମେ ଏହି ନାଳ ଦେଇ ତିଗିରିଆ ବ୍ଲକର ୫ଟି ପଞ୍ଚାୟତ ଏବଂ ବାଙ୍କୀ ବ୍ଲକର ବାଉଁଶପୁଟ, ବନ୍ଦାଳ, ରତାଗଡ,ସୁବର୍ଣ୍ଣପୁର ଏବଂ କନ୍ତପହଁରା ପଞ୍ଚାୟତର ବ୍ୟାପକ ଫସଲକୁ ବୁଡାଇବା ସହିତ ସମସ୍ତ ଅଞ୍ଚଳକୁ ଜଳବନ୍ଦୀ କରି ମୁଖ୍ୟ ରାସ୍ତାଟିକୁ ବାହ୍ୟ ଜଗତ ସହ ବିଚ୍ଛିନ୍ନ କରୁଛି। ଗୋଟିଏ ସାଧାରଣ ବନ୍ୟାରେ ପ୍ରାୟ ୧ସପ୍ତାହ ଧରି ରାସ୍ତାଘାଟ ବନ୍ଦ ରଖିଥାଏ। ଚଳିତ ବନ୍ୟାରେ ଅଗଷ୍ଟ ୧୫ତାରିଖ ଠାରୁ ୨୨ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଦୀର୍ଘ ୭ଦିନ ଧରି ମହାନଦୀର ବନ୍ୟା ଜଳ ହୁଳୁହୁଳା ସେତୁ ଉପରେ ବ୍ୟାପିଥିଲା।

ମଙ୍ଗଳବାର ସକାଳ ୭ଟାରେ ପୋଲ ତଳକୁ ପାଣି ଖସିବା ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ସ୍ୱଭାବିକ ହୋଇଛି। ଦୀର୍ଘ ଦିନ ଧରି ଅଞ୍ଚଳବାସୀଙ୍କ ଦାବୀକୁ ପୂର୍ତ୍ତ ବିଭାଗ ଗୁରୁତ୍ୱ ଦେଇ ଚଳିତ ବର୍ଷ ସେତୁର ନୂତନ ନିର୍ମାଣ କାର୍ଯ୍ୟ ହାତକୁ ନେବାପାଇଁ ଅଞ୍ଚଳବାସୀ ଦାବୀ ଜଣାଇଛନ୍ତି।
ଗତବର୍ଷ ବନ୍ୟା ସମୟରେ ସ୍ଥାନୀୟ ଜନପ୍ରତିନିଧି, କଟକ ଜିଲାପାଳ, ସାଂସଦ ଓ ଉପଖଣ୍ଡ ପ୍ରଶାସନ ଅଧିକାରୀ ବାରମ୍ବାର ସ୍ଥାନ ପରିଦର୍ଶନ କରି ୨୦୨୨ବେଳକୁ ପୋଲର ନିର୍ମାଣ କାର୍ଯ୍ୟ ହାତକୁ ନିଆଯିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପ୍ରତି କୌଣସି ଗୁରୁତ୍ୱ ଦିଆନଯିବା ବିଡମ୍ବନାର ବିଷୟ ବୋଲି ମତ ପ୍ରକାଶ ପାଇଛି। ମହାନଦୀର ବନ୍ୟା ଜଳ ଏହି ରାସ୍ତାରେ ପ୍ରବାହିତ ହେବା ଦ୍ୱାରା ଅଞ୍ଚଳର ପ୍ରାୟ ୩୫ହଜାର ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଥାନ୍ତି। ହୁଳୁହୁଳା ପୋଲର ରତାଗଡ ପାଶ୍ୱର୍ ରାସ୍ତାର ମହାନଦୀ ପଟ ମାଟି ଧସିଥିବା ସେତୁ ପାଇଁ ବିପଦ ଆଣିପାରେ ବୋଲି ଆଶଙ୍କା କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories