www.samajalive.in
Sunday, December 14, 2025
16.1 C
Bhubaneswar

ଆବାସ ଖଣ୍ଡିଏ ପାଇଁ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖିଲେ କେନ୍ଦୁଝରର  ଝିଅ ସୁଭଦ୍ରା

ପାଟଣା – ତାହାର ପ୍ରକୃତ ପିତା ମାତା କିଏ ସେ ଜାଣିନାହିଁ। ତେବେ ମାତ୍ର ଅଢେଇ ମାସ ର ହେଇଥିବା ସମୟରୁ ମୂଷାଖୋରୀ ପଞ୍ଚାୟତ ମଲ୍ଲିପଶି ଗ୍ରାମର ସ୍ବର୍ଗତ ବିଜୟ କୁମାର ନାଏକ ଓ ତାଙ୍କ ପତ୍ନୀ ରମି ନାଏକ ଙ୍କ କୋଳରେ ବଢିବା ସହ ସେମାନଙ୍କ ଠାରୁ କନ୍ୟା ର ପରିଚୟ ପାଇଥିଲା। ଏକ ମାତ୍ର ପାଳିତା କନ୍ୟା ଙ୍କୁ ନେଇ ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ମଲ୍ଲିପଶି ଗ୍ରାମର ବିଜୟ ନାଏକ ଙ୍କ ତିନି ଜଣିଆ ପରିବାର ଅଭାବ ଅନାଟନ ମଧ୍ୟରେ ଦୁଃଖ କଷ୍ଟ ମଧ୍ୟରେ ସଂସାର ରଥ ଗଡି ଚାଲିଥିଲା।

ହେଲେ ୨୦୧୯ ମସିହା ରେ ଆଗ ପଛ ହୋଇ ବିଜୟ ଓ ତାଙ୍କ ପତ୍ନୀ ରମି ଙ୍କ ର ଅକାଳ ବିୟୋଗ ପରେ ପାଳିତା କନ୍ୟା ସୁଭଦ୍ରା ମୁଣ୍ଡରେ ବଜ୍ର ପଡ଼ିଥିଲା। ତାହାର ଭାଗ୍ୟ ଆକାଶ ରେ କଳା ବାଦଲ ଘୋଟି ଆସିଥିଲା। ପିତା ମାତା ଙ୍କ ମୃତ୍ୟୁ ସମୟ ବେଳକୁ ସେ ମଲ୍ଲିପଶି ଜନତା ଉଚ୍ଚ ବିଦ୍ୟାଳୟ ରେ ପାଠ ପଢୁଥିବା ରୁ କମସେ କମ୍ ମାଟ୍ରିକ ପରୀକ୍ଷା ଦେବା ଯାଏଁ ମୂଲ ମଜୁରୀ ଲାଗି ଦଶମ ପରୀକ୍ଷା ଦେଇ ମାଟ୍ରିକ ମଧ୍ୟ ୬୦୦ ରୁ ୨୯୨ ନମ୍ବର ରଖି ପାସ କରିଥିଲା। +୨ ପାଠ ପଢ଼ିବାକୁ ଇଛା ଥିଲେବି ଅର୍ଥ ଅଭାବ ସୁଭଦ୍ରା ର ଉଚ୍ଚ ଶିକ୍ଷା ରେ ବାଧକ ହୋଇଥିଲା। ପେଟ ଚାଖଣ୍ଡକ ପୋଷିବା ପାଇଁ ସେ ବାଧ୍ୟ ହୋଇ ମୂଲ ମଜୁରୀ କାମ କୁ ଆପଣେଇ ନେଇଥିଲା।ତଥାପି ମଧ୍ୟ ସେ ଆଜି ଅର୍ଦ୍ଧାହାର ରେ ଦିନ କାଟି ଆସୁଛି।ବାପା ମାଆ ଙ୍କ ମୃତ୍ୟୁ ପରେ ଅନାଥ ସୁଭଦ୍ରା ପୁରୁଣା ଘରଟି ମରାମତି କରି ପାରୁନଥିବା ରୁ ଘର ଫାଟି ଆଁ କଲାଣି।ମାସିକ ଦେୟ ନଦେଇ ପାରିବାରୁ ବିଜୁଳି ବିଭାଗ ତାଙ୍କ ଘରର ଯୋଗାଯୋଗ ମଧ୍ୟ କାଟି ଦେଇଛି।

- Advertisement -

ଏପରି ସ୍ଥିତିରେ ଅନାଥ ସୁଭଦ୍ରା ଏକୁଟିଆ ରାତି ଘରେ ରହିବାକୁ ମଧ୍ୟ ଭୟ କରୁଥିବାରୁ ବାଧ୍ୟ ହୋଇ ପଡୋଶୀ ଙ୍କ ଘରେ ରାତିରେ ମୁଣ୍ଡ ଗୁଞ୍ଜୁ ଥିବା ବେଳେ ଦିନ ବେଳେ ମୂଲ ମଜୁରୀ ଲାଗୁଛି। ଉଚ୍ଚ ଶିକ୍ଷା ପାଇଁ ଆଶା ବାନ୍ଧିଥିବା ସୁଭଦ୍ରା ପାଇଁ ଅର୍ଥ ଓ ଆବାସ ର ଆବଶ୍ୟକତା ଥିବାରୁ ସେ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ରେ ତାହାର ଦୁଃଖ ଜଣାଇଥିବା ସୂଚନା ଦେଇଛି। ମାଳ ମାଳ ସରକାରୀ ଯୋଜନା ଭିତରେ ଅବର୍ଣ୍ଣନୀୟ ଦୁଃଖର ପାହାଡ଼ ଭିତରେ ଭଙ୍ଗା ଦଦରା ଘରେ ସୁଭଦ୍ରା ନିଜର ଭାଗ୍ୟ ଓ ଭବିଷ୍ୟତ ନେଇ ଭାଙ୍ଗି ପଡ଼ିଥିବା ଦେଖାଯାଇଛି। ସରକାର ଓ ବଦାନ୍ୟ ବ୍ୟକ୍ତି ଅଥବା ଅନୁଷ୍ଠାନ ସହାୟତା ର ହାତ ବଢାଇଲେ କେନ୍ଦୁଝର ର ସୁଭଦ୍ରା ନାଏକ ଙ୍କ ଭାଗ୍ୟ ର ସୁନେଲି ସୂର୍ଯ୍ୟ ଉଇଁ ପାରନ୍ତା ବୋଲି ସ୍ଥାନୀୟ ପୂର୍ବତନ ସରପଞ୍ଚ ଅନାଦି ଚରଣ ମହାନ୍ତ ଏହି ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories