www.samajalive.in
Sunday, December 14, 2025
23.1 C
Bhubaneswar

ଗୁମାବାହାଲରେ ପାଳିତ ହେଲା ପାରମ୍ପାରିକ ରୋଗ ବୋହଲେନ ପର୍ବ

କଲମପୁର:କଲମପୁର ବ୍ଲକ ଅଧିନସ୍ଥ ଗୁମାବାହାଲ ଠାରେ ପାରମ୍ପାରିକ ରୋଗ ବୋହଲେନ ପର୍ବ ଆୟୋଜିତ ହେଇଯାଇଛି। ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ପର୍ବ ପୂର୍ବରୁ ଏହି ରୋଗ ବୋହଲେନ ଯାତ୍ରା ଆୟୋଜନ କରିବାର ପରମ୍ପରା ରହିଛି। ଏବେ ସପ୍ତପୁରି ଅମାବସ୍ୟା ବା ପୋରା ଉଆଁସ ପାଳନ ହେବ। ଏହାର ପରବର୍ତି ସମୟରେ ନୁଆଁଖାଇ ପର୍ବ ପାଳନ ହେବ। ପୋରା ଉଆଁସ ଦିନ ସମସ୍ତେ ନିଜ ନିଜ ଈଷ୍ଟଙ୍କୁ ଆବାହନ କରିବେ। ଏହାସହ ନୁଆଁଖାଇ ଦିନ ମଧ୍ୟ ଦେବୀ ମହାଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରି ନୁଆଁ ପ୍ରସାଦ ଗ୍ରହଣ କରିବେ। ତେଣୁ ନିଜ ଈଷ୍ଟ ଦେବ ଏବଂ ମାଁ ମହାଲକ୍ଷ୍ମୀଙ୍କ ଆବାହନୀ ପୂର୍ବରୁ ନିଜ ଅଂଚଳରେ ବିଭିନ୍ନ ରୋଗ ବାଇରାଗ ନାଁରେ ଥିବା ସଇତାନ ତଥା ଦୁଷ୍ଟ ଗ୍ରହକୁ ତଡିବା ହେଉଛି ଏହି ରୋଗ ବୋହଲେନ ଯାତ୍ରାର ଉଦ୍ଦେଶ୍ୟ। ଅଲକ୍ଷ୍ମା ପାଖରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ତେଣୁ ରୋଗ ବାଇରାଗର ପ୍ରତୀକ ଅଲକ୍ଷ୍ମା କୁ ତଡି ଦେବା ପରେ ଲକ୍ଷ୍ମୀଙ୍କ ବିଜେ ହେବ। ଏହି ବିଶ୍ୱାସ ଯୋଗୁଁ ଏହି ପର୍ବ ଆଦିବାସୀ ସଂସ୍କୃତିରେ ରହିଥିବାରୁ ଏହା ପାଳନ କରାଯାଉଛି ଏହା କେବଳ ମଙ୍ଗଳବାର ଦିନ ହିଁ ପାଳନ କରାଯାଇଥାଏ। ପ୍ଲାଷ୍ଟିକ, କାଚ, ଟାୟାର ଆଦି ବର୍ଜ୍ୟବସ୍ତୁ ଦ୍ୱାରା ବର୍ଷା ଦିନେ ମଶା ବଂଶ ବିସ୍ତାର ହେଇଥାଏ। ତେଣୁ ଏହାର ସଫେଇ ଆବଶ୍ୟକ। ତେଣୁ ଏହି ଦିନ ଗ୍ରାମର ପ୍ରତ୍ୟେକ ପରିବାର ରେ ଥିବା ବିଭିନ୍ନ ବର୍ଜ୍ୟବସ୍ତୁ ସମେତ ଅନ୍ୟାନ୍ୟ ସାମଗ୍ରୀକୁ ଏକ ଦୋଳାରେ ଦେଇଥାନ୍ତି। ଏହାସହ ଗ୍ରାମ ସଫେଇ ମଧ୍ୟ କରାଯାଇଥାଏ। ତେଣୁ ଏହାକୁ ସ୍ୱଚ୍ଛତାର ପର୍ବ ମଧ୍ୟ କୁହାଯାଇଥାଏ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories