www.samajalive.in
Monday, December 15, 2025
14.1 C
Bhubaneswar

ଲଗାଣ ବର୍ଷା ଯୋଗୁ ଚାଷ ନଷ୍ଟ,ସହାୟତା ପାଇଁ ଚୁରାଗାଁ ଚାଷୀଙ୍କ ଦାବି  

କଲମପୁର: ଗତ ୧୫ ଦିନ ଧରି ଲାଗି ରହିଥିଲା ଲଗାଣ ବର୍ଷା । ଏହି ଲଗାଣ ବର୍ଷା ଯୋଗୁଁ କଲମପୁର ଅଂଚଳର ନଦୀ, ନାଳରେ ଦୁଇ ଦୁଇ ଥର ବନ୍ୟାର ପ୍ରଭାବ ଦେଖା ଦେଇଥିଲା । ଯାହା ଦ୍ବାରା ଅନେକ ଚାଷ ଜମି ବାଲିଚର ହେଇ ନଷ୍ଟ ହେଇଥିବା ବେଳେ ଆହୁରି କିଛି  ଚାଷ ଜମିରୁ ସଠିକ୍‌ ଭାବେ ପାଣି ନିଷ୍କାସିତ ହେଇନପାରି ଦିନ ଦିନ ଧରି ଜମି ରହିଯିବାରୁ ଅନେକ ଧାନ ଚାଷ ପଚି ନଷ୍ଟ ହେଇଯାଇଛି । ତେଣୁ ଏହାର ସଠିକ୍‌ ଆକଳନ କରି ତୁରନ୍ତ କ୍ଷତିଗ୍ରସ୍ଥ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନେଇ କଲମପୁର ବ୍ଲକ ଅଧିନସ୍ଥ ଚୁରୁଗାଁର ଚାଷୀ ମାନେ ପୂର୍ବତନ ସମିତି ସଭ୍ୟ ସୁବୋଧ ଖମାରୀଙ୍କ ନେତୃତ୍ୱରେ ବ୍ଲକ ସହକାରୀ କୃଷି ଅଧିକାରୀ ସୁଜାତା ଛାତ୍ରିଆଙ୍କ ସମେତ ତହସିଲଦାରଙ୍କ ଦ୍ୱାରସ୍ତ ହେଇଛନ୍ତି ।

ଏହାସହ ଚାଷୀଙ୍କ ଚାଷ ଜମିର ସଠିକ୍‌ ଆକଳନ କରିବା ସହ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି । କେବଳ ଚୁରାଗାଁ ନୁହେଁ କଲମପୁର ବ୍ଲକର ହାତୀ ନଦୀ କୂଳରେ ଥିବା ଟେମରା, ଖଙ୍ଗାରଗୁଡା, ବିରିପୁର, ମାଟିଖାଲ, ଜାମପଡା, କର୍ମେଲ, ବାଲିଛଡା ଓ ବଙ୍କାପଲା । ସେହଭଳି କମଳ ନଦୀ ବନ୍ୟା ଦ୍ୱାରା ପ୍ରଭାବିତ ଦୁଲକିବନ୍ଧ, ରସଡୁମେର, ସାନକୁଟୃ ଆଦି ସମେତ ବିଭିନ୍ନ ନାଳର ବନ୍ୟା ପାଣି ଦ୍ୱାରା ବହୁ ଚାଷ ଜମି ବାଲିଚର ହେବା ସହ ରୁଆ ଯାଇଥିବା ଧାନ ସବୁ ପଚି ନଷ୍ଟ ହେଇଯାଇଛି । ଅନେକ ଚାଷ ଜମିରେ ପାଣିର ସ୍ରୋତ ଯୋଗୁଁ ଘାଇ ସବୁ ସୃଷ୍ଟି ହେଇଛି । ତେଣୁ ତୁରନ୍ତ ଏସବୁର ଆକଳନ କରାଯାଇ ତୁରନ୍ତ କ୍ଷତି ପୂରଣ ଦେବାର ବ୍ୟବସ୍ଥା କରାନଗଲେ ଚାଷୀ ପରିବାର ନିଜ ଗୁଜୁରାଣ ମେଣ୍ଟାଇବାରେ ଅସୁବିଧାର ସମ୍ମୁଖିନ ହେବେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories