www.samajalive.in
Sunday, December 14, 2025
19.1 C
Bhubaneswar

ସରକାରଙ୍କ ମେରୁଦଣ୍ଡ ଡିପ୍ଲୋମା ଇଞ୍ଜିନିୟର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପ୍ରକଳ୍ପ ଏବଂ ସେବାଗୁଡ଼ିକରେ ଅଧିକ ଦକ୍ଷତା ଆଣିବା ପାଇଁ ପ୍ରଶାସନର ୫-ଟି ଉପକ୍ରମକୁ ଅନୁକରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିପ୍ଲୋମା ଇଞ୍ଜିନିୟରଙ୍କୁ ପରାମର୍ଶ ଦେଇଛନ୍ତି।
ଓଡେଶା ଭବନ ଠାରେ ଅନୁଷ୍ଠିତ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା ସଂଘର ପ୍ଲାଟିନମ ଜୁବୁଲି ଉତ୍ସବରେ ସୋମବାର ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯନ୍ତ୍ରୀମାନଙ୍କ ପାଇଁ ମୂଳ ସ୍ତରରେ ୫-ଟି ଉପକ୍ରମ ବେଶ୍ ଗୁରୁତ୍ବପୂର୍ଣ୍ଣ। ତୃଣମୂଳସ୍ତରରେ ଲୋକଙ୍କୁ ପ୍ରଦାନ କରାଯାଉଥିବା ସେବାରେ ଦକ୍ଷତା ଯୋଗୁ ଆମ ବିକାଶ ମଡେଲର ଦୃଶ୍ୟମାନତା ଅଧିକ ସ୍ପଷ୍ଟ ହୋଇଛି। ଜଳଯୋଗାଣ ହେଉ କି ସଡ଼କ କିମ୍ବା କୋଠା ଅଥବା ଅନ୍ୟ ପ୍ରକଳ୍ପ ୫-ଟିର ୪ଟି ଉପାଦାନ ଯଥା-ଟେ‌‌କ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପାରେନ୍ସି ଏବଂ ଟାଇମ୍ ହେଉଛି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଲୋକେ ଏହା ସରକାରଙ୍କ ଠାରୁ ପାଇବା ପାଇଁ ହକଦାର। ରାଜ୍ୟବାସୀଙ୍କୁ ସର୍ବୋତ୍ତମ ସେବା ଯୋଗାଇବା ପାଇଁ ସମସ୍ତେ ସରକାରର ଏହି ଆଦେଶ ପାଳନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
ପ୍ଲାଟିନମ ଜୁବୁଲିର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ, ଜାରି ରହିଥିବା ପ୍ରକଳ୍ପ କାର୍ଯ୍ୟକାରୀ କରିବା ଏବଂ ଭିତ୍ତିଭୂମି ତଦାରଖରେ ଡିପ୍ଲୋମା ଇଞ୍ଜିନିୟର ହେଉଛନ୍ତି ସରକାରଙ୍କ ମେରୁଦଣ୍ଡ। ପ୍ରାକୃତିକ ବିପର୍ଯ୍ୟୟ ଯଥା- ବାତ୍ୟା ଏବଂ ବନ୍ୟା ସମୟରେ ସେମାନଙ୍କ ଭୂମିକା ପ୍ରଶଂସନୀୟ। ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଦ୍ରୁତଗତିରେ ଆଗେଇ ଚାଲିଥିବାରୁ ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ରକ୍ଷଣାବେକ୍ଷଣରେ ତୃଣମୂଳସ୍ତରର ଯନ୍ତ୍ରୀଙ୍କ ଦାୟିତ୍ବ ଅଧିକ ରହିଛି। ସଂଘର ସମସ୍ତ ଦାବି ସହୃଦୟତାର ସହ ବିଚାର କରାଯିବ। ସରକାର ସଂଘର ଦାବିଗୁଡ଼ିକ ଉପରେ ଧ୍ୟାନ ରଖିଛନ୍ତି। ନିକଟରେ କ୍ୟାଡର ରୁଲ ସଂଶୋଧନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଟୁକୁନି ସାହୁ, ପ୍ରୀତିରଞ୍ଜନ ଘଡ଼େଇ, ତୁଷାରକାନ୍ତି ବେହେରା, ସାଂସଦ ମହେଶ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଓଡେଶା ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ସ୍ବାଇଁ, ସଭାପତି ଶ୍ରୀକାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀଧର ବାରିକଙ୍କ ସମେତ ଅନ୍ୟ ପଦାଧିକାରୀ ରାଜ୍ୟର ବିକାଶ ପ୍ରକ୍ରିୟାରେ ଡିପ୍ଲୋମା ଇଞ୍ଜିନିୟରଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।
ସଂଘର ବାର୍ଷିକ ସାଧାରଣ ସଭାରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ଆଗାମୀ ବର୍ଷର କାର୍ଯ୍ୟଖସଡ଼ା ଅନୁମୋଦିତ ହୋଇଥିଲା। ସର୍ବସମ୍ମତିକ୍ରମେ ଗୃହୀତ ଦାବି ମଧ୍ୟରେ ଡିପ୍ଲୋମା ଇଞ୍ଜିନିୟରଙ୍କ ପଦୋନ୍ନତି ହାର ଶତକଡ଼ା ୪୦ ଭାଗ ପରିବର୍ତ୍ତେ ୫୦ ଭାଗକୁ ବୃଦ୍ଧି, ସବୁ ବିଭାଗରେ ଡିପ୍ଲୋମା ଇଞ୍ଜିନିୟରଙ୍କ ପାଇଁ ଏକକ କ୍ୟାଡର ନିୟମ ଲାଗୁ ଓ ଡିପ୍ଲୋମା କ୍ୟାଡରରୁ ଠିକା ନିଯୁକ୍ତିପ୍ରଥା ବିଲୋପ ପାଇଁ ନିଷ୍ପତ୍ତି ହୋଇଥିଲା।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories