www.samajalive.in
Monday, December 15, 2025
16.1 C
Bhubaneswar

ନବୀନଙ୍କ ପାଇଁ ଏନ୍‌ଡିଏ ଦ୍ବାର ଖୋଲା : ଅଠାୱାଲେ

ଭୁବନେଶ୍ବର : ଓଡ଼ିଶା‌େ‌ର ପାଞ୍ଚପାଳିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଡିଏ ସରକାରର ଜଣେ ସଭ୍ୟ ଥିଲେ। ସେ କେନ୍ଦ୍ରରେ କୋଇଲା ମନ୍ତ୍ରୀ ଥିବାବେଳେ ତାଙ୍କ ସହିତ ମୋର ଉତ୍ତମ ସମ୍ପର୍କ ରହିଥିଲା। ଏବେ ଶ୍ରୀ ପଟ୍ଟନାୟକ ତାଙ୍କର ନିଜର ଦକ୍ଷତା ବଳରେ ଲୋକପ୍ରିୟ ହୋଇପାରିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ସରକାର ଏନଡିଏକୁ ସଂସଦରେ ସବୁ ସମୟରେ ସହଯୋଗ ଦେଇ ଆସିଛି। ସେ ଜଣେ ଉତ୍ତମ ରାଜନେତା ଓ ଭଲ ଲୋକ। ସେ ଯଦି ଚାହିଁବେ ପୁନର୍ବାର ଏନଡିଏରେ ଯୋଗଦେଇ ପାରିବେ। ତାଙ୍କ ପାଇଁ ଏନଡିଏ ଦ୍ବାର ଖୋଲା ରହିଛି। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ଏଭଳି ଆହ୍ବାନ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ସୋମବାର ରାଜ୍ୟ ଅତିଥି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଠାୱାଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହିତ ଦଳିତ ବର୍ଗଙ୍କ ଉପରେ ହେଉଥିବା ନିର୍ଯାତନା ରୋକିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ସମାଜରେ କିଭଳି ଜାତିଗତ ଭେଦଭାବ ଦୂର ହୋଇପାରିବ ଏବଂ ଗୋଟିଏ ଜାତିର ଲୋକ ଅନ୍ୟ ଜାତି ଭିତରେ ବାହାଘର ହୋଇପାରିବ ସେଥିଲାଗି ତାଙ୍କର ଯୋଗଦାନ ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ। ଶ୍ରୀ ଅଠାୱାଲେ କହିଥିଲେ ଯେ, ‘ଇଣ୍ଟରକାଷ୍ଟ ମ୍ୟାରେଜ୍’ ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଢ଼େଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବାବେଳେ ରାଜ୍ୟ ସରକାର ଅନୁରୂପ ଭାବେ ତାଙ୍କ ଯୋଜନାରେ ସହାୟତା ଯୋଗାଇ ଦେଉଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ପ୍ରୋତ୍ସାହନ ଦେଇ ସେହି ଦମ୍ପତିଙ୍କ ମଧ୍ୟରୁ ଜଣଙ୍କୁ ଚାକିରି ଦେଇ ପାରନ୍ତେ ତେବେ ଜାତିଗତ ଭେଦଭାବ ଦୂର ହୋଇପାରନ୍ତା ଏବଂ ସମାଜ ଏକ ହୋଇପାରନ୍ତା। ସେ ଆହୁରି ମଧ୍ୟ କହିଛନ୍ତି ଯେ ନବୀନ ଯଦି ଏନଡିଏରେ ମିଶିବେ ତେବେ ଓଡ଼ିଶାକୁ ଯେତିକି କେନ୍ଦ୍ରୀୟ ସହାୟତା ମିଳୁଛି ଏହାଠାରୁ ଅଧିକ ବଜେଟ ମିଳିପାରନ୍ତା।
ଜାତିଭିତ୍ତିକ ଜନଗଣନା ସମ୍ପର୍କରେ ସେ କହିଥିଲେ ଯେ, ଦେଶରେ ଗୋଟିଏ ଜାତି ରହୁ। ଏନଡିଏ ସରକାର ଜାତିଭିତ୍ତିକ ଗଣନା କରିବାକୁ ଆଭିମୁଖ୍ୟ ରଖିଛି। ସଂସଦରେ ଏ ପ୍ରସଙ୍ଗ ସେ ୧୦ଥର ଉଠାଇଛନ୍ତି। ସେ କହିଥିଲେ ଯେ, ଅନୁସୂଚିତ ଜାତି, ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଉଥିବାବେଳେ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ବାବଦକୁ ଅଢ଼େଇ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ରାଜ୍ୟରେ ୨୦୨୦-୨୧ରେ ୨୮୨୮ ଅତ୍ୟାଚାର ମାମଲା ଏବଂ ୨୦୨୧-୨୨ରେ ୨୭୬୮ଟି ମାମଲା ରୁଜୁ ହୋଇଛି। ୨୦୨୦-୨୧ରେ ୧୮୪୭ ଇଣ୍ଟରକାଷ୍ଟ ମ୍ୟାରେଜ୍ ହୋଇଥିବାବେଳେ ୨୦୨୧-୨୨ରେ ୨୪୨୮ଟି ହୋଇଛି। ଓଡ଼ିଶାରେ ୧୨ଲକ୍ଷ ଦିବ୍ୟାଙ୍ଗ ଭତ୍ତା ପାଉଥିବାବେଳେ ବୃଦ୍ଧ, ବୃଦ୍ଧା, ବିଧବା ଓ ଅନ୍ୟମାନଙ୍କୁ ମିଶାଇ ୨୦ଲକ୍ଷ ରହିଛନ୍ତି। ଦିବ୍ୟାଙ୍ଗଙ୍କ ମାସିକ ଭତ୍ତା ବୃଦ୍ଧି କରିବାକୁ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ଏହି ଅବସରରେ ଶ୍ରୀ ଅଠାୱାଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଉଜ୍ବଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟର ହିତାଧିକାରୀଙ୍କ ତଥ୍ୟ ଦେଇଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଓଡ଼ିଶା ଯୋଡି ହୋଇ ନ ଥିବାରୁ ସେ ଦୁଃଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏହାର ପୁନର୍ବିଚାର କରି ଯୋଡି ହେବାକୁ ଅନୁରୋଧ କରିଥିଲେ। ବିହାରରେ ଲାଲୁ ସହିତ ବନ୍ଧୁତ୍ବ ନ ହେବାରୁ ନୀତୀଶ କୁମାର ଏନଡିଏ ସହିତ ମିଶିଥିଲେ। ଏବେ ତାଙ୍କ ପୁଅ ସହ ଦୋସ୍ତି ହେବାରୁ ସେ ବାହାରି ଯାଇଛନ୍ତି, ମାତ୍ର ପୁଣି ଥରେ ଏନଡିଏରେ ମିଶିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories