www.samajalive.in
Sunday, December 14, 2025
23.1 C
Bhubaneswar

କଡ଼ାକଡ଼ି ଯାଞ୍ଚ ପାଇଁ ଜିଲାପାଳମାନଙ୍କୁ ନିର୍ଦେଶ

ଭୁବନେଶ୍ବର : ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଯୋଗୁଁ ଲୋକେ ଅକଥନୀୟ ଦୁର୍ଦଶା ଦେଇ ଗତି କରୁଛନ୍ତି, ଏତିକିବେଳେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖି ଅସାଧୁ ବ୍ୟବସାୟୀମାନେ ମୁନାଫା ଉଠାଉଛନ୍ତି। ମନଇଛା ଦରଦାମ ବୃଦ୍ଧି କରି ଲୋକଙ୍କୁ ଦହଗଞ୍ଜ କରୁଛନ୍ତି। ଏଭଳି ଅଭିଯୋଗ ହସ୍ତଗତ ହେବା ପରେ ସରକାରଙ୍କ ପକ୍ଷରୁ କଳାବଜାର ତଥା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ସବୁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।
ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୋମବାର ଗଣମାଧ୍ୟମକୁ କହିଛନ୍ତି ଯେ, ବନ୍ୟା ପ୍ରଭାବିତ ଜିଲା ଗୁଡିକରେ ଅସାଧୁ ବ୍ୟବସାୟୀ ମାନେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖି କଳାବଜାର ନ କରନ୍ତି ସେ ନେଇ ସରକାର ସଜାଗ ଅଛନ୍ତି। ଏହାସହିତ ସ୍ୱତନ୍ତ୍ର ତଦାରଖ ଦଳ ଗଠନ କରି ଯାଞ୍ଚ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ
ବୀର ବିକ୍ରମ ଯାଦବ ସବୁ ଜିଲାପାଳଙ୍କୁ ପତ୍ର ଲେଖି ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ସେ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ବନ୍ୟା ପରିସ୍ଥିତିର ଫାଇଦା ଉଠାଇବା ପାଇଁ କେତେକ ଅସାଧୁ ବ୍ୟବସାୟୀ କଳାବଜାର କରିପାରନ୍ତି। ଜନସାଧାରଣଙ୍କ ଚାହିଦା ଓ ଯୋଗାଣ ମଧ୍ୟରେ ବ୍ୟବଧାନ ସୃ‌ଷ୍ଟି ହୋଇପାରେ। ବଜାରରେ କୃତ୍ରିମ ଅଭାବ ଦେଖାଦେଇପାରେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେତେକ ମୁନାଫାଖୋର ବ୍ୟବସାୟୀ ପନିପରିବାଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ କରିଥାଆନ୍ତି। ଏହି ପରିପ୍ରେକ୍ଷୀରେ ବନ୍ୟା ପରିସ୍ଥିତିରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ଯାଦବ ଦର୍ଶାଇଛନ୍ତି।
ଅନ୍ୟପକ୍ଷରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଓ ବନ୍ୟାସ୍ଥିତିରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ସୁରକ୍ଷା ଓ ବନ୍ୟା ପରିଚାଳନା ପାଇଁ କୃଷି ତଥା ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିର୍ଦେଶକ୍ରମେ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ବର ଓ ମୟୂରଭଞ୍ଜକୁ ପଠାଯାଇଛି। ମତ୍ସ୍ୟ ନିର୍ଦେଶାଳୟ ଉପନିର୍ଦେଶକ ଶଶିକାନ୍ତ ଆଚାର୍ଯ୍ୟଙ୍କୁ ବାଲେଶ୍ବର ଓ ଜୋଆଚିମ ଲାକ୍ରାଙ୍କୁ ମୟୂରଭଞ୍ଜ ଜିଲା ଦାୟିତ୍ବରେ ରଖଯାଇଛି। ଅଧିକାରୀଦ୍ବୟ ବନ୍ୟାସ୍ଥିତି ଆକଳନ କରି ମତ୍ସ୍ୟ ସମ୍ପଦ ସୁରକ୍ଷା ଦିଗରେ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦିଆଯାଇଛି। ଏଥିସହ ଯୁଗ୍ମ ନିର୍ଦେଶକ ପବିତ୍ର କୁମାର ବେହେରାଙ୍କୁ ନିର୍ଦେଶାଳୟର କ‌େ‌ଣ୍ଟ୍ରାଲ ରୁମ ତଦାରଖ ଦାୟିତ୍ବରେ ରଖାଯାଇଛି। ସେହିପରି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦେଶାଳୟର ଅତିରିକ୍ତ ନିର୍ଦେଶକ ସଞ୍ଜୟ କୁମାର ପଣ୍ଡାଙ୍କୁ ବାଲେଶ୍ବର ଜିଲା ବନ୍ୟା ରିଲିଫ କାର୍ଯ୍ୟ ତଦାରଖ ପାଇଁ ତୁରନ୍ତ ବାଲେଶ୍ବର ସିଡିଭିଓଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ନିର୍ଦେଶ ଦିଆଯାଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories