www.samajalive.in
Monday, December 15, 2025
17.1 C
Bhubaneswar

ପୁରୁଷ ବନ୍ଧୁଙ୍କ ନାଁରେ ଅଭିଯୋଗ ଆଣିଲା ପରିବାର

ଚନ୍ଦ୍ରଶେଖରପୁର : ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି। ସମ୍ବଲପୁର ଅଞ୍ଚଳର ପୁରୁଷବନ୍ଧୁ ତଥା ସହକର୍ମୀ ସୌମ୍ୟଜିତ ମହାପାତ୍ରଙ୍କ ପାଇଁ ସେ ଆତ୍ମହତ୍ୟା କରିଥିବା ଶ୍ବେତାଙ୍କ ବାପା ସୁଶାନ୍ତ କୁମାର ଦାଶ ଓ ଭାଇ ବବୁଲ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଅପମୃତ୍ୟୁ ବଦଳରେ ଭାରତୀୟ ପିଙ୍ଗଳ କୋଡ ୩୦୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟପଟେ ଜବତ ଶ୍ବେତାଙ୍କ ମୋବାଇଲରୁ ଉଭୟଙ୍କ କଥାବାର୍ତ୍ତାର ଏକ ଅଡ଼ିଓ ପୁଲିସ ହାତରେ ଲାଗିଛି। ଏଥିରେ, ଶ୍ବେତା ପଚାରିଛନ୍ତି, କ’ଣ ହୋଇଛି ସୌମ୍ୟଜିତ। ତୁ ମୋ ମା’ ବାପାଙ୍କୁ ଫୋନ୍‌ କାହିଁକି କଲୁ ବୋଲି ସୌମ୍ୟଜିତ କହିଛନ୍ତି। ତୁ ମୋ ସହିତ କାହିଁକି ଗେମ୍‌ ଖେଳୁଛୁ ବୋଲି ଶ୍ବେତା କହିଥିବାବେଳେ ତୁ’ ମୋ ଜୀବନରୁ ଦୂରେଇ ଯାଆ ବୋଲି ସୌମ୍ୟଜିତ କହିଛନ୍ତି।
ଅଭିଯୋଗ ଅନୁସାରେ, ଉଭୟ ଏକ ଘରୋଇ ଆଇଟି ସଂସ୍ଥାରେ କାର୍ଯ୍ୟ କରୁଥିଲେ। ସେଠାରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୨୦ରୁ ସୌମ୍ୟଜିତ ପ୍ରଥମେ ଶ୍ବେତାଙ୍କୁ ଏକତରଫା ପ୍ରେମ କରୁଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରସ୍ପର ବିବାହ କରିବା ନିଷ୍ପତ୍ତି ନେଇଥିଲେ। ବିଭିନ୍ନ ସମୟରେ ଦୁହେଁ ମିଳିମିଶି ରହୁଥିଲେ। ଏ ସମ୍ପର୍କରେ ଶ୍ବେତାଙ୍କ ପରିବାର ଲୋକ ପ୍ରାୟ ଦେଢ଼ ବର୍ଷ ପରେ ଜାଣିବାକୁ ପାଇଥିଲେ। ହେଲେ ଅନେକ ସମୟରେ ସୌମ୍ୟଜିତ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଶ୍ୱେତାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସେ ରଖିଥିଲେ। ଉକ୍ତ ଭିଡିଓକୁ ପ୍ରଘଟ କରିବାକୁ ସୌମ୍ୟଜିତ ଧମକ ମଧ୍ୟ ଦେଉଥିଲେ। ହେଲେ ଶ୍ବେତାଙ୍କ ପରିବାର ଲୋକ ଉଭୟଙ୍କୁ ବାହା କରାଇ ଦେବାକୁ ଚେଷ୍ଟା କରିଥିଲେ। ୨ ଥର ସମ୍ପୃକ୍ତ ଯୁବକଙ୍କ ଘରକୁ ଯାଇଥିଲେ। ହେଲେ ତାଙ୍କ ପରିବାର ଲୋକେ ଦୁର୍ବ୍ୟବହାର କରିଥିଲେ। ଏପରିକି ବିବାହ ପୂର୍ବରୁ ୩୦ଲକ୍ଷ ଟଙ୍କା ଦେବାକୁ ସୌମ୍ୟଜିତ ଓ ତାଙ୍କ ପରିବାର ଦାବି କରିଥିଲେ ବୋଲି ଶ୍ବେତାଙ୍କ ବାପା ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଜାଣିବା ପରେ ଶ୍ବେତା ମାନସିକ ଚାପରେ ରହୁଥିଲେ। ଶେଷରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଶ୍ବେତାଙ୍କ ଘର ଭଦ୍ରକ ଅଞ୍ଚଳରେ ହୋଇଥିବା ବେଳେ ସେ ଇନ୍‌ଫୋସିଟି ଥାନା ଅଧୀନ ଏକ ଘରୋଇ ଆଇଟି କମ୍ପାନୀରେ ୨୦୧୮ରୁ ସଫ୍ଟୱେର ଇଞ୍ଜିନିୟର ଭାବେ ଚାକିରି କରିଥିଲେ। ଶୈଳଶ୍ରୀବିହାରସ୍ଥିତ ଗ୍ରିନ୍‌ ଆପାର୍ଟମେଣ୍ଟର ଏକ ଫ୍ଲାଟ୍‌ରେ ୨ଜଣ ବାନ୍ଧବୀଙ୍କ ସହ ଭଡ଼ାରେ ରହୁଥିଲେ। ପ୍ରତ୍ୟେକ ଦିନ ରାତିରେ ସେ ପରିବାର ଲୋକଙ୍କ ସହ ମୋବାଇଲରେ କଥାବାର୍ତ୍ତା ହୁଅନ୍ତି। କିନ୍ତୁ ଆତ୍ମହତ୍ୟାର ୩ଦିନ ପୂର୍ବରୁ ପରିବାର ଲୋକ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ତାଙ୍କ ଫୋନ୍‌ ଲାଗିନଥିଲା। ଏପରିକି ରୁମ୍‌ ସାଥୀଙ୍କ ନମ୍ବର ସହ ମଧ୍ୟ ପରିବାର ଲୋକ କଥା ହେବା ସମ୍ଭବ ହୋଇପାରିନଥିଲା। ସନ୍ଦେହ ହେବାରୁ ଭୁବନେଶ୍ୱରରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଜରିଆରେ ପରିବାର ଲୋକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସେ ରହୁଥିବା ଫ୍ଲାଟ୍‌ରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲା। ପରେ ରୁମ୍‌ର ଭିତର ପଟୁ କବାଟ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ସମ୍ପର୍କୀୟଙ୍କ ଉପସ୍ଥିତିରେ ପୁଲିସ କବାଟ ଭାଙ୍ଗି ଦେଖିଲା ବେଳକୁ ବେକରେ ଓଢ଼ଣି ବାନ୍ଧି ସେ ପଙ୍ଖାରେ ଝୁଲି ପଡ଼ିଥିବା ଜଣାଯାଇଥିଲା। ଝୁଲନ୍ତା ମୃତଦେହ ଉଦ୍ଧାର କରି ପୁଲିସ ଡାକ୍ତରଖାନା ପଠାଇଥିଲା। ଶ୍ବେତା ବ୍ୟବହାର କରୁଥିବା ମୋବାଇଲକୁ ପୁଲିସ ଜବତ କରିବା ସହ ଆତ୍ମହତ୍ୟା ପୂର୍ବରୁ କାହା ସହିତ, କେତେ ଥର, କେତେ ସମୟ କଥା ହୋଇଛନ୍ତି ସେନେଇ କଲ ରେକର୍ଡ(ସିଡ଼ିଆର) ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ତା’ସହିତ ରହୁଥିବା ଆପାର୍ଟମେଣ୍ଟ ଫାଟକ, ନିକଟସ୍ଥ ରାସ୍ତାରେ ଥିବା ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories