www.samajalive.in
Monday, December 15, 2025
14.1 C
Bhubaneswar

ରାସ୍ତା ଖଣ୍ଡିଏ ପାଇଁ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ରାଧାକୃଷ୍ଣପୁର ପଞ୍ଚାୟତ ଅଧିନ ଆଦିବାସୀ ବହୁଳ ରାଧିକାପାଟିକା ଗ୍ରାମକୁ ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ରାସ୍ତାଟିଏ ନାହିଁ କି ବିଦ୍ୟୁତ୍‍ ସଂଯୋଗ ମଧ୍ୟ ହୋଇନାହିଁ । ୨୦-୨୫ପରିବାରର ପ୍ରାୟ ଶହେରୁ ଅଧିକ ଆଦିବାସୀ ସଂପ୍ରଦାୟର ଲୋକ ବସବାସ କରୁଥିବା ଉକ୍ତ ଗ୍ରାମକୁ ଯିବାକୁ ହେଲେ ୩ଟି ନାଳ ପାରି ହେବାକୁ ପଡେ । ଗ୍ରାମକୁ ପକ୍କା ରାସ୍ତା ଖଣ୍ଡିଏ ପାଇଁ ଦୀର୍ଘ ଦିନ ହେବ ଗ୍ରାମବାସୀ ଦାବି କରିଆସୁଥିଲେ ମଧ୍ୟ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧି ସେମାନଙ୍କର ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସୋମବାର ରାଧିକାପାଟିକା ଗ୍ରାମବାସୀ ଯୁବ ସଂଗଠକ ଅଭୟ କୁମାର ବାରିକ ଓ ବାସନ୍ତି ସଏଙ୍କ ନେତୃତ୍ୱରେ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସେମାନଙ୍କ ସର୍ବନିମ୍ନ ଦାବି ପୂରଣ ପାଇଁ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ପ୍ରଜ୍ଞାପାରମିତା ପୃଷ୍ଟିଙ୍କୁ ପ୍ରଦାନ କରିଥିଲେ। ରାଧିକାପାଟିକା ଗ୍ରାମକୁ ରାସ୍ତା ତ ନାହିଁ, ତା ସହିତ ବିଦ୍ୟୁତ୍‍ ସଂଯୋଗ ମଧ୍ୟ ନାହିଁ । ଏଥି ସହିତ ଉକ୍ତ ଗ୍ରାମବାସୀଙ୍କ ମଧ୍ୟରୁ କେହି ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇନାହାଁନ୍ତି ଏବଂ ଗ୍ରାମର ବହୁ ବୟସ୍କ ଲୋକ ବାର୍ଦ୍ଧକ୍ୟ ଭତ୍ତାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି ବୋଲି  ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ ସଂଗଠକ ଶ୍ରୀ ବାରିକ ଅଭିଯୋଗ କରିଥିଲେ । ୫୫ ନଂ ଜାତୀୟ ରାଜପଥଠାରୁ ମାତ୍ର ୬କିମି ଦୂର, ଆଠଗଡ ବ୍ଲକ ମୁଖ୍ୟଦପ୍ତର ଠାରୁ ୨୦କିମି ଏବଂ କଟକ ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୨୫-୩୦କିମି ଦୂରତା ମଧ୍ୟରେ ଅବସ୍ଥିତ ଏହି ଆଦିବାସୀ ଗ୍ରାମଟି ଏବେ ବି ଅପହଞ୍ଚ ଇଲାକା ହୋଇ ରହିଛି । ଏଠାକୁ କୌଣସି ପ୍ରଶାସନିକ ଅଧିକାରୀ ବା ଜନପ୍ରତିନିଧିଙ୍କ ପାଦ ପଡେନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ସେମାନଙ୍କର ନାଯ୍ୟ ଦାବି ପୂରଣ ଲାଗି ଆସନ୍ତା ୧୫ଦିନ ମଧ୍ୟରେ ପଦକ୍ଷେପ ନିଆନଗଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାଇ ଦେଇଛନ୍ତି । ସେମାନେ ଦେଇଥିବା ଦାବିପତ୍ରର ନକଲ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବଙ୍କୁ ପଠାଇଥିବା ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories