ତିଗିରିଆ : କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଉମାବଲ୍ଲଭ ରଥଙ୍କ ନେତୃତ୍ୱରେ ସୋମବାର ତିଗିରିଆ ବ୍ଲକରେ ବନ୍ୟା କ୍ଷତିଗ୍ରସ୍ତ ଲୋକ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଚୁଡ଼ା, ଚିନି, ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ଗଦାଧରପୁର ଓ ହାଟମାଳ ପଞ୍ଚାୟତର କଣ୍ଠିପୁର, ହରିଶରଣପୁର, ବିଷ୍ଣୁପୁର ଗ୍ରାମରେ ଶ୍ରୀ ରଥଙ୍କ ସହିତ କଂଗ୍ରେସ ନେତା ମହେବୁବ୍ ଅହେମ୍ମଦ ଖାଁ, ନୂଆପାଟଣା ସରପଞ୍ଚ ସୋମନାଥ ଦାସ, ବିନ୍ଧାଣିମା ସରପଞ୍ଚ ଙ୍କ ପ୍ରତିନିଧି ମାନସ ଜେନା, ନିରଞ୍ଜନ ସାମଲ, ବଗଲା ସାମଲ, ଦିଲ୍ଲୀପ ପ୍ରଧାନ, ବିଜୟ ରାଉତ, ସୁଶାନ୍ତ ସ୍ୱାଇଁ ଓ ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ବୁଲି ଖାଦ୍ୟ ବଣ୍ଟନ କରିବା ସହିତ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
Popular Categories



