www.samajalive.in
Sunday, December 14, 2025
26.1 C
Bhubaneswar

ରାତିରେ ମାରଣାସ୍ତ୍ର ଧରି ବୁଲୁଥିବା ଦୁଇ ସନ୍ଦିଗ୍ଧ ଯୁବକ ଅଟକ

କଲମପୁର: କଳାହାଣ୍ଡିରେ ଥମୁନାହିଁ ଚୋରି ଡକାୟତିର ଭୟ। ଗାଁ ଗାଁରେ ଯୁବ ଗୋଷ୍ଠୀ ରାତି ପହରା ଦେଉଛନ୍ତି। ଗତ ୧୫ ଦିନ ମଧ୍ୟରେ କଳାହାଣ୍ଡି ପୁଲିସ ଦୁଇ ଡକାୟତ ଗୋଷ୍ଠୀଙ୍କୁ ଗିରଫ କରିଛି। ତଥାପି ଲୋକଙ୍କ ମଧ୍ୟରେ ଚୋରି ଭୟ ଲାଗି ରହିଛି। ରବିବାର ବିଳମ୍ବିତ ରାତିରେ ପୁଣି ଜୟପାଟଣା ଥାନା ଅଧିନସ୍ଥ ରଣମାଲ ନିକଟସ୍ଥ ଭୁର୍ଷିଗୁଡା ଗ୍ରାମର ଯୁବକମାନେ ପହରା ଦେଉଥିବା ବେଳେ ଦୁଇ ସନ୍ଦିଗ୍ଧ ଯୁବକ ମାରଣାସ୍ତ୍ର ଧରି ଗାଁ ଭିତରକୁ ପଶି ଆସିଥିଲେ। ଗ୍ରାମର ଯୁବକମାନେ କୌଶଳକ୍ରମେ ସେମାନଙ୍କୁ କାବୁ କରି ଗୋଟିଏ କୋଠରୀରେ ଅଟକ ରଖି ଜୟପାଟଣା ପୁଲିସକୁ ସୂଚନା ଦେଇଥିଲେ। ଦୁଇ ସନ୍ଦିଗ୍ଧ ଯୁବକ ଜୟପାଟଣା ଅଞ୍ଚଳର ଓ ସେମାନେ ନିକଟସ୍ଥ କାଶିବାହାଲ ଗ୍ରାମକୁ କୌଣସି କାମରେ ଯାଉଥିବା ନେଇ ସୂଚନା ଦେଇଛନ୍ତି। କିନ୍ତୁ ବିଳମ୍ବିତ ରାତିରେ ପୁଣି ମାରଣାସ୍ତ୍ର ଧରି କେଉଁ ଉଦ୍ଦେଶ୍ୟରେ ଯାଉଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କ ପରାମର୍ଶ ଅନୁସାରେ ସବ୍‍ ଇନ୍ସପେକ୍ଟର ବିପିନ କୁମାର ଜରିଆ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ଦୁଇ ସନ୍ଦିଗ୍ଧଙ୍କୁ ନିଜ ଜିମାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories