www.samajalive.in
Saturday, December 6, 2025
14.1 C
Bhubaneswar

ଏହି ଉପାୟରେ ଦୂର ହୋଇଥାଏ ଆର୍ଥିକ ସମସ୍ୟା

ପ୍ରତ୍ୟେକ ବ୍ୟକ୍ତି ଇଚ୍ଛା କରିଥାଆନ୍ତି  ନିଜ ଘରେ ମା’ଲକ୍ଷ୍ମୀଙ୍କ ବାସ ରହୁ। ବାସ୍ତୁ ଅନୁଯାୟୀ, ଉତ୍ତର ଦିଗ ଧନର ଦେବତା କୁବେରଙ୍କ ଦିଗ। ମାନ୍ୟତା ଅନୁଯାୟୀ, ଏହି ଦିଗକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ବାସ୍ତୁରେ ବର୍ଣ୍ଣନା କରାଯାଇଥିବା କିଛି ଉପାୟ ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ଧନବୃଦ୍ଧି ହୋଇଥାଏ। ତେବେ ଧନ ଲାଭର କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ..
ବାସ୍ତୁ ଅନୁଯାୟୀ ସକାଳ ସମୟରେ ଘରର ଝରକା ଓ କବାଟ ନିଶ୍ଚୟ ଖୋଲା କରନ୍ତୁ। ଏହାଦ୍ୱାରା ଘରକୁ ସୂର୍ଯ୍ୟଙ୍କ ରଶ୍ମୀ ପ୍ରବେଶ କରିବା ସହ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଶଙ୍ଖର ସମ୍ବନ୍ଧ ମା’ଲକ୍ଷ୍ମୀଙ୍କ ସହ ରହିଛି। ତେଣୁ ପୂଜା ସ୍ଥାନରେ ଶଙ୍ଖ ନିଶ୍ଚୟ ରଖନ୍ତୁ। ପ୍ରତିଦିନ ମା’ଲକ୍ଷ୍ମୀଙ୍କ ସହ ଶଙ୍ଖର ମଧ୍ୟ ପୂଜା କରନ୍ତୁ।
ଝାଡୁକୁ ସର୍ବଦା ଲୁଚାଇ କରି ରଖନ୍ତୁ। ଝାଡୁର ସମ୍ବନ୍ଧ ମା’ଲକ୍ଷ୍ମୀଙ୍କ ସହ ଜଡିତ। ତେଣୁ ଏହାକୁ ଏଣେତେଣେ ନରଖି କବାଟ କଣରେ ରଖନ୍ତୁ। ଏଥିରେ ଗୋଡ ଲଗାନ୍ତୁ ନାହିଁ।
ପ୍ରତିଦିନ ସ୍ନାନ ପରେ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ।
ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ ଫିଟିକିରିକୁୁ ଏକ ପାତ୍ରରେ ଏପରି ଏକ ସ୍ଥାନରେ ରଖନ୍ତୁ, ଯେପରି ଏହା ଅନ୍ୟ କାହା ନଜରରେ ଆସୁନଥିବ। ପ୍ରତିଦିନ ଫିଟିକିରିର ଛୋଟ ଖଣ୍ଡ ପାଣିରେ ପକାଇ ସ୍ନାନ କରନ୍ତୁ। ଏହାଦ୍ୱାରା ଧନର ଅଭାବ ଦୂର କରିଥାଏ।
ଘରକୁ ଆଦୌ ଅପରିଷ୍କାର ରଖନ୍ତୁ ନାହିଁ। ଘରଦ୍ୱାର ପରିଷ୍କାର ରହିଲେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ।
ପ୍ରତିଦିନ ମା’ଲକ୍ଷ୍ମୀଙ୍କ ବିଶେଷ ଭାବେ ପୂଜାର୍ଚ୍ଚନା କରନ୍ତୁ। ଏହାଦ୍ୱାରା ମା’ଙ୍କ ଆଶୀର୍ବାଦ ସର୍ବଦା ରହିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories