ସୋମବାର ରାଶିଫଳ ( ୨୨/୦୮/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Aug 22, 2022 Share ମେଷ : ଈଶ୍ବର ବିଶ୍ବାସରୁ ଶାଶ୍ବତ ନିଷ୍ପତ୍ତିର ସନ୍ଧାନ ପାଇବେ। ମନ ପ୍ରସନ୍ନ ରହିବ। ଭାଷା ପ୍ରେମ ପୂର୍ଣ୍ଣ ହେବ। ସ୍ନେହୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍ ହେବେ। ବୃଷ : ଦୈବୀ ବଳରେ ବଳୀୟାନ୍ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସହନଶୀଳ, ଶାନ୍ତିପ୍ରିୟ, ଉଦାରଚରିତ୍ର ଓ ବିଦ୍ୟାପ୍ରେମୀ ହେବେ। ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରନ୍ତି। ମିଥୁନ : ଚିନ୍ତାଧାରା ସୁଦୂରପ୍ରସାରୀ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଆତ୍ମସଂଯମୀ ହୋଇ ଇନ୍ଦ୍ରିୟମାନଙ୍କ ଲାଳସାକୁ ଆୟତ୍ତ କରିପାରନ୍ତି। ମାଲିମୋକଦ୍ଦମାର ବିଚାରାଧାରା ସପକ୍ଷରେ ଯିବ। ଧନଲାଭ ହେବ। କର୍କଟ : ବିପଦରେ କାତର କିମ୍ବା ସମ୍ପଦରେ ଅଧୀର ନ ହେବା ସ୍ଥିତପ୍ରଜ୍ଞର ଲକ୍ଷଣ ଆପଣଙ୍କଠାରେ ରହିଛି। ସତ୍ୟଧର୍ମ ପରାୟଣ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ ଓ ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସିଂହ : ସଶକ୍ତ ଆତ୍ମବଳରେ ବଳୀୟାନ ହେବେ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ପ୍ରକାଶିତ ଚିତ୍ତର ଅନୁଭୂତି ଜ୍ଞାନକୁ ପାଥେୟ କରି କର୍ମକ୍ଷେତ୍ରରେ ବିନିଯୋଗ କରିବେ। ଧନ ଓ ସମ୍ମାନ ମିଳିପାରେ। କନ୍ୟା : ମନରେ ଧ୍ୟାନର ଦୀପ ଜଳାଇ ହୃଦୟାକାଶକୁ ଆଲୋକିତ କରିପାରନ୍ତି। ଦୟାଧର୍ମକୁ ଆଦରି ନେବେ। ବାଣିଜ୍ୟ କାରବାର ଲାଭଦାୟକ ହେବ। ପାରିବାରିକ ସ୍ନେହରେ ଘରକୁ ବୈକୁଣ୍ଠ ସମାନ କରିବେ। Related Posts ୧୪୪ ବର୍ଷ ପରେ ୧୩ ଜାନୁଆରୀ ପୌଷ ପୂର୍ଣ୍ଣିମାରେ… Jan 13, 2025 ଆଜି ପୌଷ ପୂର୍ଣ୍ଣିମା: ସୁନାବେଶରେ ଦର୍ଶନ… Jan 13, 2025 ତୁଳା : ଭାଗ୍ୟବଳରେ ବଳୀୟାନ ହୋଇପାରନ୍ତି। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଧୀଶକ୍ତି ସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନକୁ କୁସୁମିତ କରିପାରନ୍ତି। ସମୃଦ୍ଧିର ମାର୍ଗ ଉନ୍ମୁକ୍ତ ଅଛି। ବିଛା : ଧୈର୍ଯ୍ୟବାନ୍ ହେବେ। ଅସୁବିଧାକୁ ଡରିଲେ ସେ ଡରାଇବ; ମାତ୍ର ତା’ର ମୁକାବିଲା କଲେ ସିଏ ଲୁଚିଯାଇପାରେ। ଆତ୍ମବଳରେ ବଳୀୟାନ ହେବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ସତର୍କତାର ଦିନ ଆଜି। ଧନୁ : ସେବା ଭାବନାର ଅଗ୍ରଗଣ୍ୟ ସାରଥି ହୋଇପାରନ୍ତି। ପ୍ରଜ୍ଞାଦୀପ୍ତ ଭାବ ନେଇ କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ବିଭୁଦତ୍ତ ପ୍ରତିଭାସମ୍ପନ୍ନ ହେବେ। ସ୍ବକର୍ମ ପାଇଁ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେଇପାରନ୍ତି। ମକର : ବାହ୍ୟ ଖର୍ଚ୍ଚକୁ ସୀମିତ କରିବାରେ ସକ୍ଷମ ହେବେ। ଅହଂକାର ଦୂର ହେଲେ ଭକ୍ତି ପ୍ରକଟିତ ହେବ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। କୁମ୍ଭ : ପ୍ରତି ଆହ୍ବାନକୁ ଉତ୍କର୍ଷର ସୋପାନ ଭାବେ ଗ୍ରହଣ କରିବେ। ଅନେକ କ୍ଷେତ୍ରରେ ବାସ୍ତବତା ସହିତ ଯୋଡ଼ି ହୋଇପାରନ୍ତି। ଚେଷ୍ଟା ଶୂନ୍ୟ ହୋଇ ମଧ୍ୟ ଅର୍ଥାଗମ ହେବ। ସତ୍ପରାୟଣ ହେବେ। ମୀନ : କୃଷକ କଲ୍ୟାଣ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ଦାନଶୀଳ ଭାବେ ଭୋକିଲାଙ୍କ ଜଠରାଗ୍ନିକୁ ନିର୍ବାପିତ କରିପାରନ୍ତି। ସୁଖ, ଶାନ୍ତି, ସମୃଦ୍ଧିର ବାସ୍ତବ ଆଧାର ହେବେ। ସୁସ୍ଥ ଓ ନିରାମୟ ରହିବେ। Share FacebookTwitterWhatsApp
Comments are closed.