ନଳିତା ପହଣ୍ଡି ନନ୍ଦୀ ଗୋରଡ଼ା ରାସ୍ତାରେ ଘାଇ ; ବନ୍ୟା ବିପନ୍ନ ସ୍ଥାନାନ୍ତର

ସାକ୍ଷୀଗୋପାଳ : ଧନୁଆ ଓ କୁଶଭଦ୍ରା ନଦୀର ବନ୍ୟାଜଳ ପ୍ରଭାବରେ ରବିବାର ନଳିତା ପହଣ୍ଡି  ନନ୍ଦି ଗୋରଡ଼ା ରାସ୍ତାରେ ଏକ ଘାଇ ସୃଷ୍ଟି ହୋଇଛି । ଏହି ବନ୍ୟାଜଳ ଦୁବ ପାଟଣା ନାଏକ ସାହି ଓ ବାଲି ଉପର ହରିଜନ ସାହିରେ ପ୍ରବେଶ କରିଛି । ଗ୍ରାମବାସୀ ମାନେ ଜଳବନ୍ଦୀ ହୋଇଛନ୍ତି। ଗ୍ରାମବାସୀଙ୍କ ଘରେ ବନ୍ୟାଜଳ ପ୍ରବେଶ କରିଛି । ଏହି ୨ ଗ୍ରାମର ବନ୍ୟା ବିପନ୍ନ ୧୫୦ ରୁ ଅଧିକ ବିପନ୍ନଙ୍କୁ ଦୁବ ପାଟଣା ବିଦ୍ୟାଳୟ ଓ ବିଶ୍ୱନାଥ ଦେଉଳି ବାତ୍ୟା ଆଶ୍ରୟ ସ୍ଥଳରେ ଆଶ୍ରୟ ପ୍ରଦାନ କରାଯାଇଛି। ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅରକ୍ଷିତ ପ୍ରଧାନ, ଗ୍ରାମ ପଞ୍ଚାୟତ ଅଧିକାରୀ ସୌଭାଗ୍ୟ କର, ଗ୍ରାମ ରୋଜଗାର ସେବକ ସୌଭାଗ୍ୟ କୁମାର ଦାସ, ସରପଞ୍ଚ ବିନତୀ ନାୟକ, ସମିତି ସଭ୍ୟ ସମ୍ପଦ ପରିଡ଼ା, ପୂର୍ବତନ ସରପଞ୍ଚ ବେଣୁଧର ପ୍ରଧାନ ଓ ସାକ୍ଷୀଗୋପାଳ ଦମକଳ କେନ୍ଦ୍ରର ଆଗ୍ନିକ ମାନେ ବନ୍ୟା ବିପନ୍ନ ମାନଙ୍କୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥିଲେ।
prayash
ଏହି ବିପନ୍ନ ମାନଙ୍କୁ ପ୍ରଶାସନ ତରଫରୁ ଦୈନିକ ୨ ଥର ରନ୍ଧାଖାଦ୍ୟ  ଓ  ଶୁଖିଲା ଖାଦ୍ୟ  ପ୍ରଦାନ କରାଯିବ। ବିପନ୍ନ ଜନସାଧାରଣ ଓ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ବିଭାଗ ଓ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।  ପ୍ରାଣୀ ମାନଙ୍କୁ ଗୋଖାଦ୍ୟ ପ୍ରଦାନ କରାଯିବ ବୋଲି ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ଏଥି ସହିତ ସୋମବାର ରାଜସ୍ବ ବିଭାଗ ତରଫରୁ କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ଜଣାପଡିଛି।
kalyan agarbati

Comments are closed.