www.samajalive.in
Monday, December 15, 2025
17.1 C
Bhubaneswar

୨ ମାସରେ ଦବିଲା ରାସ୍ତା ଉଠିଲା ପିଚୁ, ଯାତାୟତ ଠପ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଳକ ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକାର ଭୟ ଦେଖାଇ ସରକାରୀ ଅର୍ଥ ଲୁଟୁ ଛନ୍ତି ଠିକାଦାର ଓ ସରକାରୀ ବାବୁ। ଅଭିଯୋଗ ଅନୁସାରେ ଲାଞ୍ଜିଗଡ ବ୍ଲକ ଗୁଣ୍ଡୁରୀ ଗ୍ରାମ ପଞ୍ଚାୟତ ବଡ଼ ଜାମକନା ଗାଁଠାରୁ କାବାଗେଂଜୁ ଗାଁକୁ ସଂଯୋଗ କରୁଥିବା ସ୍ଥାନୀୟ ନାଳ ଉପରେ ସେତୁ ଓ ରାସ୍ତା। ଗତ ୨୦୧୮ ମସିହାରେ ଜଣେ ଠିକାଦାର ଏହି ସେତୁ କାମକୁ ଅସମ୍ପୂର୍ଣ୍ଣ କରି ପ୍ରାୟ ୪ ବର୍ଷ କାଳ ବନ୍ଦ ରହିଥିଲା। ସ୍ଥାନୀୟ ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ ପରେ ପୁଣି ଏସସିଏ (କେବିକେ) ଯୋଜନା ଜରିଆରେ ସେତୁର ଛାତ ଓ ସେତୁର ଦୁଇ ପାର୍ଶ୍ଵରେ ଗାଡ଼ୱାଲ ପାଇଁ ଠିକାଦାର ଚୁକ୍ତି କରିଥିଲା। ବିଭାଗ ପକ୍ଷରୁ ଏହି କାର୍ଯ୍ୟ ୨୦୨୨ ଜାନୁଆରୀ ୫ ତାରିଖରେ ଆରମ୍ଭ ହୋଇ ୪ ମେ ୨୦୨୨ରେ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। କିନ୍ତୁ କାର୍ଯ୍ୟ ୩ ମାସ ବିଳମ୍ବରେ ଆରମ୍ଭ ହୋଇ ୨ ମାସ ମଧ୍ୟରେ ଶେଷ ହୋଇଥିଲା।

ବର୍ତ୍ତମାନ ସେତୁ ଦୁଇ ପାର୍ଶ୍ଵରେ ଗାଡ଼ୱାଲ ଓ ୧ କିଲୋମିଟର ପିଚୁ ରାସ୍ତା ନିର୍ମାଣ ହୋଇଥିବା ବେଳେ ନିମ୍ନ ମାନର କାମ ତଥା କମ ପରିମାଣରେ ଚିପସ୍ ଓ ପିଚୁ ବ୍ୟବହାର ଯୋଗୁଁ ମାତ୍ର ୨ ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠୁଥିବା ବେଳେ ସେତୁର ଦୁଇ ପାର୍ଶ୍ଵରେ ରାସ୍ତା ଦବି ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେତୁର ଦୁଇ ପାଶ୍ୱର୍ରେ ହୋଇଥିବା ୧ କିଲୋମିଟର ପିଚୁ ରାସ୍ତା ରେ ସୂଚନା ଫଳକ ଲଗା ଯାଇନଥିବା ଯୋଗୁଁ କେତେ ଟଙ୍କା ବ୍ୟୟ ଅଟକଳ ରହିଛି ତାହା ଜଣା ପଡୁ ନାହିଁ। ଅତି ନିମ୍ନ ପରିମାଣରେ ଚିପସ ଓ ପିଚୁ ବ୍ୟବହାର କରିବା ସହ ନୂଆ ମାଟିରେ ରୋଲର ମଡ଼ା ଯାଇନଥିଲା। ଏହାକୁ ନେଇ ସେହି ସମୟରେ ଅଞ୍ଚଳବାସୀ ଅଭିଯୋଗ କରିଥିଲେ।କିନ୍ତୁ ରାସ୍ତା ନିର୍ମାଣ ଦାଇତ୍ୱରେ ଥିବା ଠିକାଦାର ଅଞ୍ଚଳବାସୀଙ୍କ କଥା ଶୁଣି ନଥିଲା।ଯାହା ଫଳରେ ୨ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠିବା ସହିତ ସେତୁର ଦୁଇ ପାର୍ଶ୍ଵରେ ପ୍ରାୟ ୨ ଫୁଟ ରାସ୍ତା ଦବି ଯାଇଛି। ଏହି ସେତୁ ଠାରୁ ଗୁଣ୍ଡରି ପଞ୍ଚାୟତ ମାତ୍ର ୩ କିଲୋମିଟର ଦୂରରେ ରହିଥିବା ବେଳେ ଏହି ସେତୁ ଦେଇ ପଞ୍ଚାୟତର ବିଭିନ୍ନ ଗାଁ କାବାଗେଂଜୁ, ଶୋଷପଦର, କଟାଙ୍ଗଭଟା, ବରଙ୍ଗପଦର, କାର ପେଙ୍ଗ, ମନସ୍ଥରା, ଦେହେଡା ଗମପେନୁ, ବିଜେପୁର, କୁଟେହେଜୁ, ହାତିମୁଣ୍ଡା, ଦାରବେଙ୍ଗ, ଆଦଲଡୁ, ତରଙ୍ଗଲ, ସାଡାଙ୍ଗପଦର, ମାଡିବନ୍ଧା ଓ ଡମେର। ଯାହାର ଦୂରତା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୨୫ରୁ ୩୦ କିଲୋମିଟର ପଡେ। ବର୍ତ୍ତମାନ ନାଳରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଲୋକେ ନାଳ ମଧ୍ୟରେ ଯାତାୟତ କରିପାରୁନାହାନ୍ତି। ଏପଟେ ବିପଦ ସଂକୁଳ ସେତୁ ଉପରେ ଗାଡି ନେଇ ଯାତାୟତ କରିବା ପାଇଁ ଭୟ କରୁଛନ୍ତି। ଯାହା ଫଳରେ ପଞ୍ଚାୟତ କାର୍ଯ୍ୟାଳୟକୁ ପିଡ଼ିଏସ ଚାଉଳ, ଭତ୍ତା ଆଣିଯିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories