www.samajalive.in
Sunday, December 14, 2025
19.1 C
Bhubaneswar

‘ଗୋବିନ୍ଦା’ଙ୍କୁ ମିଳିବ ଚାକିରି, ୧୦ ଲକ୍ଷର ବୀମା

ମୁମ୍ବଇ : ଜନ୍ମାଷ୍ଟମୀ ଅବସରରେ ହେଉଥିବା ‘ଦହି ହାଣ୍ଡି’ ପ୍ରତିଯୋଗିତାକୁ ରାଜ୍ୟ କ୍ରୀଡାର ମାନ୍ୟତା ଦେଇଛନ୍ତି ମହାରାଷ୍ଟ୍ର ସରକାର। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୁରୁବାର ଏହି ଘୋଷଣା କରିଛନ୍ତି। କ୍ରୀଡା ମାନ୍ୟତା ପ୍ରଦାନ ପରେ ଦହି ହାଣ୍ଡି ପ୍ରତିଯୋଗିତାରେ ଭାଗ ନେଉଥିବା ‘ଗୋବିନ୍ଦା’ମାନଙ୍କୁ ରାଜ୍ୟ ସରକାରଙ୍କ ଅଧୀନରେ କ୍ରୀଡା ସଂରକ୍ଷଣ କୋଟାରେ ଚାକିରି ସୁବିଧା ପ୍ରଦାନ କରାଯିବ। ଏହା ସହିତ ଗୋବିନ୍ଦାମାନଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ଭୁକ୍ତ କରାଯିବ। ପ୍ରତିଯୋଗିତା ସମୟରେ ଯଦି କୌଣସି ପ୍ରତିଯୋଗୀର ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଶିନ୍ଦେ କହିଛନ୍ତି ଯେ ଦହି ହାଣ୍ଡି ଏକ ସାହସିକ କ୍ରୀଡା। ତେଣୁ ଏହାକୁ ରାଜ୍ୟ କ୍ରୀଡା ମାନ୍ୟତା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଇଥାଏ। ଜନ୍ମାଷ୍ଟମୀ ପରଦିନ ‘ଦହି ହାଣ୍ଡି’ ବା ‘ଗୋପକଳା’ ପ୍ରତିଯୋଗିତା ହୋଇଥାଏ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଲବଣୀ ଚୋରିର ପ୍ରତୀକ ଭାବେ ଏହି ପ୍ରତିଯୋଗିତା ହୋଇଥାଏ। ଏହି ପ୍ରତିଯୋଗିତାରେ ପିଲାମାନେ ମାନବ ପିରାମିଡ ଗଠନ କରି ଉଚ୍ଚସ୍ଥାନରେ ଝୁଲା ଯାଇଥିବା ଦହି ବା ଲହୁଣୀ ଭର୍ତ୍ତି ମାଟିହାଣ୍ଡିକୁ ଭାଙ୍ଗିଥାନ୍ତି। ଉଚ୍ଚ ସ୍ଥାନରେ ପହଞ୍ଚିବା ଲାଗି ହେଉଥିବା ମାନବ ପିରାମିଡ୍‌ରୁ ପିଲାମାନେ ପଡି ଅନେକ ସମୟରେ ବିପଦର ସମ୍ମୁଖୀନ ହୋଇଥାନ୍ତି। ଏହି ପ୍ରତିଯୋଗିତା ମହାରାଷ୍ଟ୍ର ବ୍ୟତୀତ ଗୁଜରାଟ ଓ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଥାଏ। ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ଯୁବକମାନଙ୍କୁ ‘ଗୋବିନ୍ଦା’ ବୋଲି କୁହାଯାଇଥାଏ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories