www.samajalive.in
Monday, December 15, 2025
15.1 C
Bhubaneswar

୨୫ ବନ୍ୟା ବିପନ୍ନ ପରିବାରଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

ପିପିଲି:ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ବନ୍ୟାଜଳ ଧିରେ ଧିରେ ହ୍ରାସ ପାଉଥିଲେ ମଧ୍ୟ ଶୁକ୍ରବାର ସଂନ୍ଧ୍ୟା ସୁଦ୍ଧା ଉଭୟ ନଦୀରେ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ତେବେ ଦୀର୍ଘ ୬ଦିନ କାଳ ବନ୍ୟା ଘେରରେ ଥିବା ବିପନ୍ନଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଆଜିର ଲଘୁଚାପ ଜନିତ ବର୍ଷା ବଡ ବିପତ୍ତି ଆଣିବ ବୋଲି କୁହାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ଗ୍ରହଣ କରାଯାଇଛି।
ପିପିଲି ବ୍ଲକ ପୁବାଶାସନ ପଞ୍ଚାୟତ ଅନ୍ତର୍ଗତ ଭାର୍ଗବୀ ନଦୀ ବନ୍ଧରେ ଜରିପାଲ ତଳେ ବାସ କରୁଥିବା ଶବରସାହିର ୨୫ଟି ବନ୍ୟା ବିପନ୍ନ ପରିବାରର ୧୫୦ ଜଣ ସଦସ୍ୟଙ୍କୁ ପ୍ରଶାସନ ପକ୍ଷରୁ ନିକଟବର୍ତ୍ତୀ ଉତ୍ତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ନଦୀରେ ବନ୍ୟାଜଳ ପ୍ରବାହିତ ହେବାରୁ ନଦୀ ପଠାରେ ବାସ କରୁଥିବା ଏହି ଲୋକମାନେ ସେମାନଙ୍କ ପିଲା, ଛୁଆ, ଗୋରୁ, ଗାଇଙ୍କୁ ଧରି ଗତ ୧୪ ତାରିଖ ରାତିରୁ ନଦୀବନ୍ଧ ଉପରେ ଜରିପାଲ ତଳେ ଆଶ୍ରୟ ନେଇଥିଲେ। ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ ରଶ୍ମିପ୍ରଭା ଦାସ, ସମିତିସଭ୍ୟ ଚନ୍ଦ୍ରମଣି ବେହେରା ପ୍ରମୁଖ ଏହି ୨୫ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯେତେ ବୁଝାଇଥିଲେ ମଧ୍ୟ ସେମାନେ ଉକ୍ତ ସ୍ଥାନ ଛାଡି ଯିବାକୁ ନାରାଜ ଥିଲେ।

 

- Advertisement -

ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବିଡିଓ ରଶ୍ମିତା ନାଥ, ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକ, ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡା, କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ଜେନା, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ ପ୍ରମୁଖ ଗୁରୁବାର ବିଳମ୍ବିତ ରାତିରେ ସେମାନଙ୍କ ନିକଟରେ ପହଞ୍ଚି ବୁଝାସୁଝା କରିବା ସହ ସମସ୍ତ ବିପନ୍ନଙ୍କ ଉକ୍ତ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିଥିଲେ। ସେଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକ େଔଷଧ ପ୍ରଦାନ କରାଯାଇଛି। ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ସମେତ ପାନୀୟଜଳ ପ୍ରଦାନ କରାଯାଇଛି। ଶୁକ୍ରବାର ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଜିଲା ପରିଷଦ ସଭ୍ୟା ସୁଶ୍ରୀ ସଙ୍ଗିତା ବେହେରା ସମସ୍ତଙ୍କ ଅବସ୍ଥା ସଂପର୍କରେ ପଚାରି ବୁଝିବା ସହ ସେମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories