www.samajalive.in
Monday, December 15, 2025
27.1 C
Bhubaneswar

ଝୁମ୍ପୁରା ବ୍ଲକର ବିଭିନ୍ନ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ଝୁମ୍ପୁରା: ଝୁମ୍ପୁରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆନନ୍ଦ ଉଲ୍ଲାସ ସହକାରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିପିନ ବିହାରୀ ଖଣ୍ଡାୟୀଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ ପ୍ରାପ୍ତ ସଂସ୍କୃତ ଶିକ୍ଷକ କାଙ୍ଗାଳି ଚରଣ ପ୍ରଧାନ ଯୋଗଦାନ କରି ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ ଓ ଜୀବନ ବୃତ୍ତାନ୍ତ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଶିଶୁ ବିଦ୍ୟା ମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ସନ୍ତୋଷ କୁମାର ପ୍ରଧାନ ଯୋଗଦାନ କରି କହିଛନ୍ତି, ଜନ୍ମାଷ୍ଠମୀ କେବେଠାରୁ ପାଳିତ ହେଲା ଏହାକୁ ବିଶେଷ କରି କେଉଁମାନେ ଆଗ୍ରାଧିକାରୀ ଦେଇ ପାଳନ କରିଥାନ୍ତି। ଜନ୍ମାଷ୍ଟମୀର ପାଳନ କରିବାର ମହତ୍ୱ କ’ଣ ରହିଛି ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ନଗର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା। ସେହିପରି ବଡ଼ଡୁମୁରିଆ ଶିଶୁ ମନ୍ଦିରଠାରେ ମଧ୍ୟ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ଜନ୍ମାଷ୍ଟମୀ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର କୁନି କୁନି ପିଲାମାନଙ୍କୁ ରାଧାକୃଷ୍ଣ ବେଶରେ ସଜ୍ଜିତ ହେବା ପରେ ଗ୍ରାମ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା। ସେହିପରି ଉଖୁଣ୍ଡା ଶିଶୁ ମନ୍ଦିର ପରିସର ମଧ୍ୟରେ ଜନ୍ମାଷ୍ଟମୀ ପ୍ରଧାନ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ବାଲିବନ୍ଧ ଏବଂ ଖୁଣ୍ଟାପଡ଼ା ଶିଶୁ ମନ୍ଦିରଠାରେ ମଧ୍ୟ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories