www.samajalive.in
Monday, December 15, 2025
17.1 C
Bhubaneswar

ମୁଣ୍ଡୁଳିରେ କମୁଛି ଜଳସ୍ଥର, ଆଜି ରାତି ପାଇଁ ସତର୍କତା ଜରୁରୀ

ଡେସ୍କ: ଜଗତସିଂପୁର, କଟକର ନିଆଳି ଓ ଗୋବିନ୍ଦପୁର ଭଳି ତଳିଆ ଅଂଚଳ ଏବଂ ପୁରୀ ଜିଲ୍ଲାର ତଳିଆ ଅଂଚଳ ଦେଇ ଏବେ ବନ୍ୟାଜଳ ଅତିକ୍ରମ କରୁଛି ଓ ଏହା ଆଗାମୀ ୩ରୁ ୪ ଘଣ୍ଟା ମଧ୍ୟରେ ସେହି ସବୁ ଅଂଚଳ ଦେଇ ଅତିକ୍ରମ କରିଯିବ। ଆସନ୍ତାକାଲି ସକାଳ ସୁଦ୍ଧା ସମସ୍ତ ଅଂଚଳରୁ ଜଳ ସ୍ଥର ହ୍ରାସ ପାଇବ। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଏ ପର୍ଯ୍ୟନ୍ତ ରାଜ୍ୟର ବନ୍ୟାଞ୍ଚଳଗୁଡିକରେ ମୋଟ ୫ଟି ଘାଇ ସୃଷ୍ଟି ହୋଇଛି। ଜଗତସିଂପୁର ଜିଲ୍ଲାର କୁଜଙ୍ଗ ଅଂଚଳର ପାଇକା ନଦୀର କାଠକୋଟରେ ଘାଇ ସୃଷ୍ଟି ହୋଇଥିବା ବେଳେ ପୂର୍ବରୁ ପୁରୀ ଜିଲ୍ଲାର ମକରା ନଦୀ, ଖୋର୍ଦ୍ଧା ଜିଲ୍ଲା ରାଜୁଆ ନଦୀର ଡାହାଣ ପାର୍ଶ୍ୱ ବନ୍ଧ, କୁଶଭଦ୍ରା ଗୋପ ବ୍ଲକ ଗଣେଶ୍ବରପୁର ପଂଚାୟତ ଖଣ୍ଡୁଆକୁଦ ଗାଁ ପାଖରେ ଏବଂ ଅନ୍ୟଟି ରାହାମା ବ୍ଲକର ତେରମାଣପୁର ଘେରିବନ୍ଧରେ ଘାଇ ସୃଷ୍ଟି ହୋଇଛି। ସେଠାରେ ଏବେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଥିବା ଶ୍ରୀ ଜେନା କହିଛନ୍ତି।

ଅନ୍ୟସବୁ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ପରିସ୍ଥିତି ଗମ୍ଭୀର ଥିଲେ ମଧ୍ୟ ନିୟନ୍ତ୍ରଣାଧୀନ ରହିଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ତେବେ ଆଜି ରାତି ସମୟଟି ଗୁରୁତ୍ୱପୂର୍ଣ୍ଣ ଓ ସେଥିପାଇଁ ସମସ୍ତେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନା ଅନୁଯାୟୀ, ସବୁ ଜିଲ୍ଲାର ତହସିଲ ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ପଲିଥିନ ମହଜୁଦ ଅଛି ତେଣୁ ଆବଶ୍ୟକ ସ୍ଥଳେ ତାହା ଯୋଗାଇ ଦିଆଯିବ। ଇତିମଧ୍ୟରେ ବନ୍ୟା ପରିଚାଳନା ରଣନୀତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ଓ ତଦନୁଯାୟୀ ପୁରୀ, କେନ୍ଦ୍ରାପଡା ଓ ଜଗତସିଂପୁର ଜିଲ୍ଲାକୁ ୩ଟି ଲେଖାଏଁ ଓ କଟକ ଜିଲ୍ଲାକୁ ଗୋଟିଏ ପିଇବା ପାଣି ପ୍ୟାକିଂ ବ୍ୟବସ୍ତା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories