www.samajalive.in
Sunday, December 14, 2025
14.1 C
Bhubaneswar

ବୌଦ୍ଧରେ ଉନ୍ନୟନ ପ୍ରକଳ୍ପ ସଂପର୍କରେ ସମୀକ୍ଷା କଲେ ଦୁଇ ମନ୍ତ୍ରୀ

ବୌଦ୍ଧ: ମାନ୍ୟବର ମନ୍ତ୍ରୀ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ବିଭାଗ ଅଶ୍ୱିନୀ କୁମାର ପାତ୍ର ବୌଦ୍ଧ ସର୍କିଟହାଉସ ଠାରେ ପହଂଚି ଜିଲାର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ବୌଦ୍ଧ ବିଧାୟକ ତଥା ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତନ, ପଂଚାୟତ ରାଜ, ପାନୀୟ ଜଳ ଓ ସୁଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଓ ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ସରକାରଙ୍କ ଇନ୍ଦିରା ଆବାସ ଯୋଜନା ଅନ୍ତର୍ଗତ ଆସୁଥିବା ଅର୍ଥ ରାଶି ଯେପରି ଠିକ ଭାବେ ହିତାଧିକାରୀ ପାଇପାରିବେ ସେ ନେଇ ପଦକ୍ଷେପ ନେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ହୋଇଥିବା ଅନିୟମିତତା ଉପରେ ତଦନ୍ତ ଓ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଯେପରି ମୃତ ଲୋକଙ୍କ ନାମରେ ଅର୍ଥ ନଉଠାଯାଏ ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାର୍ଯ୍ୟନିବାହୀ ଅଧିକାରୀ ଜିଲ୍ଲାପରିଷଦଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜିଲାରେ ଭାଗବତ ଟୁଙ୍ଗିର ସଠିକ ବିନିଯୋଗ ଉପରେ ପଦକ୍ଷେପ ନେବାକୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଗ୍ରାମଗୁଡିକରେ ଥିବା ଭାଗବତ ଟୁଙ୍ଗିକୁ ପରିଦର୍ଶନ କରିବାସହ ଏହାର କାର୍ଯ୍ୟକାରିତା ଉପରେ ତଦାରଖ କରି ଭାଗବତ ବହି ଓ ସାଉଣ୍ଡ ସିଷ୍ଟମ ଉପଲବ୍ଧ କରିବାକୁ କହିଥିଲେ। ଯୋଗ୍ୟ କଳାକାର ଯେପରି କଳାକାର ଭତାରୁ ବାଦ ନପଡନ୍ତି ସେଥିପ୍ରତି ଦୃଷ୍ଟି ଦେବା ସହିତ ନୁତନ କଳାକାରମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଭତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାରେ ନିର୍ମାଣ ହେବାକୁ ଥିବା ନନ୍ଦନବନ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ଗ୍ରାମଗୁଡିକରେ ପାଠାଗାର ଖୋଲାଯାଇ ନୁତନ ପିଢି ଯେପରି ୱେବସାଇଟ ମାଧ୍ୟମରେ ପଢ଼ିବାର ସୁଯୋଗ ପାଇପାରିବେ ଓ ଦୈନନ୍ଦିନ ଖବର ଜାଣିପାରିବେ ସେ ନେଇ ପଦକ୍ଷେପ ନେବାକୁ କହିଥିଲେ। ଜିଲାରେ ବରଗଡ଼ ଜିଲାରେ ଯେପରି ବୁଣାକାର ମାନଙ୍କ ପାଇଁ ସ୍ୱତନ୍ତ୍ର ହାଟ ରହିଛି ,ବୌଦ୍ଧରେ ମଧ୍ୟ ସେପରି ବୁଣାକାର ହାଟ ବସାଇବାକୁ ପ୍ରସ୍ତାବ କରିଥିଲେ। ବୈଠକରେ ଜିଲ୍ଲାର ସମସ୍ତ ବିଭାଗ ଉପରେ ମଧ୍ୟ ସମୀକ୍ଷା କରିଥିଲେ। ବୈଠକ ପରେ ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ଜିଲା ସଂଗ୍ରହାଳୟ ବୁଲି ଦେଖିବା ସହିତ ଉଚ୍ଚ ପ୍ରଶଂସା କରିବା ସହ ସରକାରୀ ଅନୁଦାନ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଏହା ସହ ସଂଗ୍ରହାଳୟ ପାଇଁ ପ୍ରୋଜେକ୍ଟ ଉପରେ ବ୍ୟୟ ଅଟକଳ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସଂସ୍କୃତି ଭବନର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସହରର ପୁରୁଣା ବୁଦ୍ଧପାର୍କ ବୁଲିବା ସହ ଅତି ସୁନ୍ଦର କାର୍ଯ୍ୟ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମିତ ହୋଇଥିବା ହରଭଙ୍ଗା ବ୍ଲକର ବୀରନରସିଂହପୁର ଠାରେ ଥିବା ପର୍ଯ୍ୟଟନ ବିଭାଗ କୋଠା ପରିଦର୍ଶନ କରିବାସହ ଏହାର ରକ୍ଷଣାବେକ୍ଷଣ ଊପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ, ଜିଲ୍ଳାପାଳ ସତ୍ୟରଞ୍ଜନ ସାହୁ, ଜିଲ୍ଲାପରିଷଦ କାର୍ଯ୍ୟର୍ନିବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ବୌଦ୍ଧ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ.ମନୋରଂଜନ ପଣ୍ଡା, ତହସିଲଦାର ଦେବୀପ୍ରସାଦ ଦାଶ, ଅବକାରୀ ଅଧିକ୍ଷକ କ୍ରୀଷ୍ଣା ନାୟକ, ସ୍ଥପତି ସୁମନ ଷଡଙ୍ଗୀ, ଜିଲା ସୁଚନା ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂହଙ୍କ ସମେତ ସମସ୍ତ ଜିଲ୍ଳାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଳାପାଳ ବବିତାରାଣୀ ଦଳବେହେରା ସ୍ୱାଗତ ଭାଷଣ ଦେଇଥିବାବେଳେ ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories