www.samajalive.in
Saturday, December 6, 2025
23.1 C
Bhubaneswar

ସୁଲତାନ ଅଫ୍‍ ଜୋହର କପ୍‍ ଜୁନିୟର ହକି: ଭାରତ-ବ୍ରିଟେନ ଫାଇନାଲ ଆଜି

ଜୋହର ବାହ୍‍ରୁ(ମାଲେସିଆ) : ଭାରତ ଏଠାରେ ଚାଲିଥିବା ସୁଲତାନ ଅଫ୍‍ ଜୋହର କପ୍‍ ଜୁନିୟର ହକି ଟୁର୍ଣ୍ଣାମେଣ୍ଟ​‌େ​‌ର ପ୍ରଥମ ପରାଜୟ ବରଣ କରିଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ବ୍ରିଟେନ ୩-୨ ଗୋଲରେ ଭାରତକୁ ପରାସ୍ତ କରିଛି। ପରାଜୟ ସତ୍ତ୍ବେ ଭାରତ ୫ଟି ମ୍ୟାଚରୁ ସର୍ବାଧିକ ୧୨ ପଏଣ୍ଟ ପାଇ ଗ୍ରୁପ୍‍ରେ ଶୀର୍ଷ ମାନ୍ୟତା ବଜାୟ ରଖିଛି। ଶନିବାର ଭାରତ ଓ ବ୍ରିଟେନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଅପରପକ୍ଷରେ ବ୍ରିଟେନ ୫ଟି ମ୍ୟାଚରୁ ୧୦ ପଏଣ୍ଟ ପାଇ ଦ୍ୱିତୀୟ ଦଳଭାବେ ଫାଇନାଲରେ ସ୍ଥାନ ପକ୍କା କରିଛି।
ଭାରତ ପୂର୍ବରୁ ଫାଇନାଲକୁ ଉନ୍ନୀତ ହୋଇସାରିଥିବା ପରିପ୍ରେକ୍ଷୀରେ ଶୁକ୍ରବାର ବ୍ରିଟେନ ବିପକ୍ଷ ମ୍ୟାଚ ସେମାନଙ୍କ ପାଇଁ ଗୁରୁତ୍ୱହୀନ ହୋଇପଡିଥିଲା। ଏହାସତ୍ତ୍ବେ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ମାନ୍ୟତା ବଜାୟ ରଖିବା ଲକ୍ଷ୍ୟରେ ଭାରତୀୟ ଦଳ ପଡିଆକୁ ଓହ୍ଲାଇଥିଲା। ପ୍ରଥମ କ୍ୱାର୍ଟରର ପାଞ୍ଚ ମିନିଟ ମଧ୍ୟରେ ଭାରତକୁ କ୍ରମାଗତ ଦୁଇଟି ପେନାଲଟି କର୍ଣ୍ଣର ମିଳିଥିଲା। ଦ୍ୱିତୀୟ ପେନାଲଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରି ବିଷ୍ଣୁକାନ୍ତ ସିଂହ ଭାରତକୁ ୧-୦ରେ ଆଗୁଆ କରିଥିଲେ। ତେବେ ୬ଷ୍ଠ ମିନିଟରେ ବ୍ରିଟେନ ପକ୍ଷରୁ କାମେରନ୍‍ ଗୋଲଡେନ ଚମତ୍କାର ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ଦ୍ୱିତୀୟ କ୍ୱାର୍ଟରର ୨୦ ମିନିଟରେ ଶିଳାନନ୍ଦ ଲାକ୍ରା ପେନାଲଟି କର୍ଣ୍ଣରରୁ ଗୋଲ ସ୍କୋର କରିବା ଫଳରେ ଭାରତ ୨-୧ରେ ଆଗୁଆ ରହିଥିଲା। ତୃତୀୟ କ୍ୱାର୍ଟରର ୩୯ ମିନିଟରେ ବ୍ରିଟେନ ପକ୍ଷରୁ ଷ୍ଟୁଆର୍ଟ ରୁସ୍‍ମିର ଗୋଲ ଦେବାଫଳରେ ମ୍ୟାଚ ୨-୨ ଗୋଲ ସ୍ଥିତିକୁ ଆସିଥିଲା। ଚତୁର୍ଥ କ୍ୱାର୍ଟରରେ ବ୍ରିଟେନ ଦଳ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଭାରତୀୟ ରକ୍ଷଣଭାଗ ଖେଳାଳିଙ୍କ ଅସାବଧାନତାର ସୁଯୋଗ ନେଇ ୫୧ ମିନିଟରେ ବ୍ରିଟେନ ଅଧିନାୟକ ଏଡୱାର୍ଡ ୱେ ବିଜୟସୂଚକ ଗୋଲ ସ୍କୋର କରିବାରୁ ବ୍ରିଟେନ ୩-୨ ଗୋଲରେ ବିଜୟୀ ହୋଇଥିଲା।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories